ବୌଦ୍ଧ: ବୌଦ୍ଧରୁ ମହାରାଷ୍ଟ୍ରକୁ ଟ୍ରକ୍ ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଶୁକ୍ରବାର ଜବତ କରାଯାଇଛି। ଏହି ଘଟଣାରେ ଟ୍ରକ୍ର ଚାଳକ ମହାରାଷ୍ଟ୍ର ନାଗପୁରର ଆଜାତ ସରଫରାଜ ଖାନ୍ ଓ ହେଲ୍ପରଙ୍କୁ ସିଦ୍ଧନାଥ ରାମ ମିଳନ ଯାଦବଙ୍କୁ ଗିରଫ କରାଯାଇଛି। ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଏସ୍ପି ରାଜ ପ୍ରସାଦ ସାମ୍ବାଦିକମାନଙ୍କୁ ଦେଇଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଉକ୍ତ ଟ୍ରକ୍ (ଏମ୍ଏଚ୍ ୪୦ ଏକେ ୧୦୬୨) ଯୋଗେ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା। ସଂଗେ ସଂଗେ ବୌଦ୍ଧ ବ୍ରିଜ ଛକ ନିକଟରେ ପୁଲିସ ଉକ୍ତ ଟ୍ରକ୍କୁ କାବୁ କରିଥିଲା। ଟ୍ରକ୍ରୁ ମୋଟ ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ମିଳିଥିଲା। ଜବତ ଟ୍ରକ୍ ଓ ଗଞ୍ଜେଇକୁ ଥାନାକୁ ଅଣାଯାଇଥିଲା।
/sambad/media/post_attachments/wp-content/uploads/2024/02/3f4c5e15-8ddd-44c6-8c76-a4b5e2e6e552.jpeg)
ସେହିପରି ଦୁଇ ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଥିଲା। ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। ବୌଦ୍ଧ ଜିଲ୍ଲାରୁ ବିଭିନ୍ନ ସମୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରାପଡ଼ୁଛି। ହେଲେ ଟ୍ରକ୍ ଯୋଗେ ଏତେ ପରିମାଣର ଗଞ୍ଜେଇ ଚାଲାଣ ହେବା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପକ୍ଷରେ ଏହି ଘଟଣାରେ କେବଳ ଗାଡ଼ିର ଚାଳକ ଓ ହେଲପର ଗିରଫ ହୋଇଥିବା ବେଳେ ଚାଲାଣକାରୀ ସଂପର୍କରେ କିଛି ଜଣା ପଡ଼ିନାହିଁ। ନିହାତି ଭାବେ ଉକ୍ତ ଟ୍ରକ୍କୁ ଏକାଧିକ ଚାଲାଣକାରୀ କାର୍ ଯୋଗେ ଏସ୍କର୍ଟ କରୁଥିବା ସନ୍ଦେହ କରାଯାଉଛି। ପୁଲିସ ସେଦିଗରେ ତଦନ୍ତ କରି ସେମାନଙ୍କୁ ମଧ୍ୟ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/10c0efb0-e2bb-4633-a2fc-144c1506caaf.jpeg)