ବାଲେଶ୍ଵର: ଜିଲ୍ଲା ଅବକାରୀ ମୋବାଇଲ ଟିମ୍, ନୀଳଗିରି, ଜଳେଶ୍ଵର ଓ ଗୋପାଳପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଗୋପାଳପୁର ଥାନା ଜୁଣିଆ ଠାରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ, ଯାହାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ଜବତ କରାଯାଇଛି। ଏଥିରେ ଗୁଣନିଧି ବିନ୍ଧାଣୀ ଏବଂ ଅଶୋକ କୁମାର ନାୟକ ନାମକ ଦୁଇ ନିଶା ବେପାରୀଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଗୁରୁବାର ଦିନ ୨ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ।
୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2024/08/67d21653-0e9d-4b37-8edd-3f396d13a432.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)