ଝାରସୁଗୁଡ଼ାରୁ ଚୋରି ୨୨ ଲକ୍ଷ ଟଙ୍କାର ଲୁହା ରଡ୍‌ ସହ ଟ୍ରକ୍‌ ବିହାରରୁ ଜବତ, ୨ ଗିରଫ

ଝାରସୁଗୁଡ଼ା: ଲକ୍ଷାଧିକ ଟଙ୍କାର ଆଇରନ ରଡ ଚୋରି କରିଥିବା ଜଣେ ଟ୍ରକ ମାଲିକ ଏବଂ ଡ୍ରାଇଭରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଟ୍ରକ ମାଲିକ ଏମଡି ଅପତାବ ଅନସାରୀ ଏବଂ ତାଙ୍କ ସହଯୋଗୀ ଡ୍ରାଇଭର ରାକେଶ କୁମାର ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟ, ତୁମ୍ବେକାଲ ଗ୍ରାମର ଦାମୋଦାର ନାଥ ଏସଏମସି-୨ ପ୍ଲାଂଟର ଜଣେ ଲାଇସେନ୍ସ ପ୍ରାପ୍ତ ଟ୍ରାନ୍ସପୋଟର ହୋଇଥିବାବେଳେ ତାଙ୍କୁ ଉତ୍ତର ପ୍ରଦେଶର ଅଜମତଗଡ଼କୁ ୨୨ ଲକ୍ଷ ୩୭ହଜାର ୭୬୯ ଟଙ୍କାର ୪୦.୪୯୦ ଏମ୍‌ଟି ଆଇରନ୍‌ ରଡ ପଠାଇବାକୁ କମ୍ପାନି ପକ୍ଷରୁ କାମ ମିଳିଥିଲା । ଦାମୋଦର ଏଥିପାଇଁ ସମ୍ବଲପୁର ଜିଲ୍ଲାର ଟ୍ରକ ମାଲିକ ଏମଡି ଅପତାବଙ୍କୁ ଯୋଗାଯୋଗକରି ଆଇରନ ରଡ ଅଜମତଗଡକୁ ପହଂଚାଇବା ପାଇଁ କହିଥିଲେ । ଏହାପରେ ଆଇରନ ରଡ ନେଇ ଅଫତାବଙ୍କ ଡ୍ରାଇଭର ରାକେଶ କୁମାର ଅଜମତଗଡ ଅଭିମୁଖେ ବାହାରିଥିଲା । ହେଲେ ଅନେକ ଦିନ ପରେ ମଧ୍ୟ ଟ୍ରକଟି ଅଜମତଗଡକୁ ପହଂଚିନଥିଲା ।

ବଡ଼ମାଳ ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଅମିତାଭ୍‌ ପଣ୍ଡାଙ୍କ ଉପସ୍ଥିତିରେ ଏସ୍‌ପି ଶ୍ରୀ ଦାସ କହିଛନ୍ତି ଯେ,  ଏନେଇ ଟ୍ରକ ମାଲିକ ଏବଂ ଡ୍ରାଇଭରକୁ ଦାମୋଦର ଯୋଗାଯୋଗ କରିବାରୁ ସେମାନେ ବିଭିନ୍ନ ଆଳ ଦେଖାଇଥିଲେ । ଫଳରେ ଦାମୋଦର ତାଙ୍କର ଲୁହାରଡକୁ ଅଫତାବ ଏବଂ ରାକେଶ ଚୋରି କରିଥିବା ସନ୍ଦେହକରି ବଡମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ କରିବାସହ ଅଭିଯୁକ୍ତ ଟ୍ରକ ମାଲିକ ଏମଡି ଅପତାବକୁ ବିହାରର ମୋତିହାରୀ ଏବଂ ଡରାଇଭର ରାକେଶକୁ ମୁଜାଫରପୁରରୁ ଗିରଫ କରିଛି । ଏହାସହ ୧୮ ଏମ୍‌ଟି ଆଇରନ ରଡ ଓ ଟ୍ରକକୁ ଜବତ କରିଛି ।

ସମ୍ବନ୍ଧିତ ଖବର