ଖୋର୍ଦ୍ଧା: ଗୋ ହତ୍ୟାକୁ କେନ୍ଦ୍ର କରି ମୁକୁନ୍ଦପ୍ରସାଦରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଉତ୍ତେଜନାକୁ କେନ୍ଦ୍ର କରି ପରବର୍ତ୍ତୀ ସମୟରେ ମୁକୁନ୍ଦପ୍ରସାଦ ବାଇପାସ୍ ଠାରେ ଗୋଟିଏ ଦୋକାନଘର ଓ ଗାଡ଼ି ଉପରେ ବୋମା ମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ତେବେ ଗିରଫ ଦାରିର ୪ ଦିନ ପରେ ପୁଲିସ ଏନେଇ ସାର୍ବଜନୀନ କରିବା ସାଧାରଣରେ ପୁଲିସର ନିରପେକ୍ଷତା ନେଇପ୍ରଶ୍ନବାଚୀ ସୃଷ୍ଟି କରିଛି।
୨୪ ତାରିଖ ରାତିରେ ମୁକୁନ୍ଦପ୍ରସାଦ ବାଇପାସ୍ରେ ଥିବା ସହଦତ୍ ଖାଁଙ୍କ ଦୋକାନ ଓ ମହମ୍ମଦ ମୋତାହର ୟୁସୁଫ୍ଙ୍କ କାର ଉପରେ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ୪୬୪/୨୦୨୩ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପ୍ରକାଶ (୧୯) ଓ ରାଜୀବ (୧୯) ଦୁଇଜଣଙ୍କୁ ଅଟକ କରିଛି ବୋଲି ୨୫ ତାରିଖରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ପୁଲିସ ସୂଚନା ଦେଇଥିଲା। ତେବେ ଆଜି ସେମାନଙ୍କ ଗିରଫଦାରୀ ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ଦାସ ଗଣମାଧ୍ୟମକୁ ସୂଚିତ କରିଛନ୍ତି। ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ପୁଲିସ କାହିଁକି ଲୁଚାଇଥିଲା ଓ ୪ ଦିନ ପରେ ପୁଲିସ କାହିଁକି ଏନେଇ ସୂଚନା କଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ପ୍ରକାଶ ଓ ରାଜୀବଙ୍କ ଓକିଲ ପ୍ରଭାତ କୁମାର ଦାସ କହିଛନ୍ତି ଯେ ଯଦି ଗିରଫ କରିଥିଲା ତେବେ ସେହିଦିନ କାହିଁକି ଏହି ଘଟଣାକୁ ସାର୍ବଜନୀନ କଲେନାହିଁ। ପୁଲିସର ଏଭଳି କାମ ତା’ର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଆମେ ପୂର୍ବରୁ ଅଭିଯୋଗ କରୁଥିଲୁ, ପୁଲିସ ଏକ ପାଖିଆ ହୋଇ ପଦକ୍ଷେପ ନେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/go-mansa-kata-ku-nei-khordha-mukundaprasad-re-Uttejana-1-750x430-1.jpg)