ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଟିକିରା ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ୍ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଦେବ ପ୍ରସାଦ ମାଝୀ (୨୪) ଓ ଶିବ ନନ୍ଦନ ପ୍ରଧାନ (୨୪)।
/sambad/media/post_attachments/wp-content/uploads/2024/04/5529eb74-487f-4d46-8fa6-cbcf38b7c6f2.jpeg)
ସୂଚନା ଅନୁସାରେ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ବିମଳ ମାଝୀଙ୍କ ପୁଅ ପପୁ ଓରଫ ଦେବ ପ୍ରସାଦ ମାଝୀ ଓ ସ୍କୁଟି ଚାଳକ ଜଣକ ଶିବ ନନ୍ଦନ ପ୍ରଧାନ ଟିକିରାସ୍ଥିତ ଭାରତ ପେଟ୍ରୋଲ ପମ୍ପ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଶିବ ନନ୍ଦନଙ୍କ ଘର ଝାଡଖଣ୍ଡ ହୋଇ ଥିବା ବେଳେ ସେ ଘଟଗାଁ ନିକଟ ଗୋଳାବନ୍ଧ ଗ୍ରାମକୁ ଯାଉଥିଲେ। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/f8ae88d7-2728-4b4b-9e5c-947719cee6f3.jpeg)