ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା- ବାମେବାରି ଏକ୍ସପ୍ରେସ୍ ରାସ୍ତାର କମାରଯୋଡ଼ା ରାସ୍ତାକଡ଼ରେ ଆଜି ଡ୍ରେନ ନିର୍ମାଣପାଇଁ ମେସିନ ଯୋଗେ ମାଟି ଖୋଳ ଚାଲିଥିବା ବେଳେ ଅଘଟଣ ଘଟିଛି। କାର୍ଯ୍ୟ ସମୟରେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକ ଦ୍ବୟ ହେଲେ କଳାପାହାଡ଼ ତଲକ୍ ହଟିଂର ଅର୍ଜୁନ ଲୋହାର ଓ ଚରଣ ଲୋହାର।
ଘଟଣାସ୍ଥଳରୁ ଜଣାପଡିଛି ଯେ, ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଉକ୍ତ ସ୍ଥାନରେ ଡ୍ରେନ୍ ନିର୍ମାଣ ପାଇଁ ମାଟି ଖୋଳା କାର୍ଯ୍ୟ ଚାଲୁଥିବା ବେଳେ ଅଚାନକ ମାଟି ଅତଡ଼ା ଖସି ଶ୍ରମିକମାନେ ପୋତି ହୋଇ ଯାଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବାରୁ ଘଟଣା ସ୍ଥଳରେ ପୋତି ହୋଇ ଯାଇଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଆଂଶିକ ପୋତିହୋଇ ଥିବା ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କାର୍ଯ୍ୟରତ ଦୁଇ ଶ୍ରମିକ ପୋତି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଅର୍ଜୁନ ଲୋହାର ଓ ଚରଣ ଲୋହାରଙ୍କ ମୃତ୍ୟୁ ହୋଇଥିଲା। ଆହତ ଶ୍ରମିକ ମୁକେଶ ସର୍ଦ୍ଦାରଙ୍କୁ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନ।ରେ ଭର୍ତ୍ତି କରାଯାଇଛି।
ତେଣେ ଏହି ଘଟଣା ଘଟିଯାଇଥିବା ତାରିଣୀ ଛକ ଠାରେ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ଫ୍ଲାଏ ଓଭର କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ରାସ୍ତା ପାର୍ଶ୍ବରେ ଡ୍ରେନ୍ ଖୋଳା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/f99c8458-b3a0-4a70-a233-f1d508b012ab.jpeg)