ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ହାତୀବାରିର ଏକ ନିଦ୍ଦିଷ୍ଟ ସ୍ଥାନରେ ଚାଲିଥିବା ଜୁଆଆଡ୍ଡାରେ ଶନିବାର ସନ୍ଧ୍ୟାରେ ଚଢ଼ଉ କରିଥିଲା । ଏହି ଘଟଣାରେ ଜଣେ ପୂର୍ବତନ ସିଆରସିସି ତଥା ଶିକ୍ଷକ ମଧ୍ୟ ସାମିଲ ଥିଲେ। ତେବେ ଚଢ଼ଉ ସମୟରେ ପୁଲି ୨ ଜଣଙ୍କୁ ଅଟକ ରଖିଛି। କିନ୍ତୁ ଜରେ ଶିକ୍ଷକ ଏବଂ ଅନ୍ୟ ଜଣେ ହୋମ୍‌ଗାର୍ଡଙ୍କ ବାପାଙ୍କ ସମେତ ୫ ଜଣ ଫେରାର ଅଛନ୍ତି। ପୁଲି ଜୁଆ ଆଡ୍ଡାରୁ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛି। ଜୁ୍ଆ ଖେଳରେ ସାମିଲ ଥିବା ଫେରାର ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ବୋଲି ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ରୀତିମତ ଭାବରେ ଜୁଆଖେଳ ହେଉଥିବା ଅଭିଯୋଗ ହେଉଥିଲା। ଶନିବାର ଖେଳ ହେଉଥିବା ସୂଚନା ପାଇ ଯୁଯୁମୁରା ଥାନା ପୁଲିସ ସଦଳବଳେ ଅତର୍କିତ ଚଢ଼ଉ କରିଥିଲା।