କଟକ: ଜଣେ ବାଂଲାଦେଶୀ ନାବାଳିକାକୁ କଟକ ସହରରୁ ଉଦ୍ଧାର ଘଟଣାରେ ସଦର ପୁଲିସ ଆଜି ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ନାବାଳିକାର ଅଭିଯୋଗ କ୍ରମେ ସଦର ଥାନା ପୁଲିସ ଶ୍ରୀକରୁଆରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ମଧୁପାଟଣା ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଏହା ପୂର୍ବରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ କମିସନରେଟ୍ ପୁଲିସ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ପୁଲିସ ଉପସ୍ଥିତିରେ ବାଂଲାଦେଶୀ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। କେଉଁଠୁ ଆସିଥିଲେ, କାହା କାହା ସହ ଥିଲେ ସବୁ ତଥ୍ୟ ନାବାଳିକା ପୁଲିସ ଆଗରେ ରଖିଛନ୍ତି।
କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯିବ। ଏହା ପଛରେ ରାକେଟ୍ ଅଛି ନା ନାହିଁ ତଦନ୍ତ ହେବ। ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି।
ବାଂଲାଦେଶରୁ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ଆସିଛି। ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି। ନାବାଳିକାଙ୍କୁ ଭାରତରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ। ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର କରାଯାଉଥିଲା। କୋଲକାତାରେ ପହଂଚିବା ପରେ ଆଉ କିଛି ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ଲଗାଉଥିଲେ। ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣୁଥିଲେ। ଭୁବନେଶ୍ବରେ ମଧ୍ୟ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଉଥିବା ଜଣାପଡ଼ିଛି। ତେବେ ପୂରା ଘଟଣାର ତଦନ୍ତ ଆଗକୁ ବଢ଼ିବା ପରେ ଆହୁରି ଅନେକ ତଥ୍ୟ ଆସିବ ବୋଲି ଆଶା କରାଯାଉଛି।
କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢାକାର ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଛି। ଏହାକୁ ନେଇ କଟକ କମିସନରେଟ୍ ପୁଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଲିଟନ ଦାସ, ମୌସୁମୀ, ବାବୁ ଦାସ, ଗୋପୀ ଓ ମାୟା। ପୁଲିସ ବିଏନ୍ଏସ୍ର ଧାରା ୧୪୩ (୪), ୧୪୪(୧), ୩(୫),୬୪(୧), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା(୩୦୭/୨୪) ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/24/yApzROCNx6WMEqolSMFd.jpg)