ଭୁବନେଶ୍ବର/କଟକ: ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଛି। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଛନ୍ତି। ସେ ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି। କେହି ଗୁରୁତର ନାହାନ୍ତି।  ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର। ଦୁଇ ଜଣ ପୁରୁଷ। ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧। ଏହା କହିଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା।

Advertisment

ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ କେବଳ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାବାଦ୍ ସହାରାଞ୍ଚଳରେ ନାଇଟ କର୍ଫ୍ୟୁ କଟକଣା ଜାରି ରହିଛି।

ଗତକାଲି ଓମିକ୍ରିନ ନେଇ ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ବିଦେଶରେ ଏହା ବହୁ ଜୋରରେ ବ୍ୟାପିଲାଣି। ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବା ବେଳେ ଏବେ ଶହେ ପାଖାପାଖି ଛୁଇଁଲାଣି। ଓମିକ୍ରିନ କ୍ଷିପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହେଵାକୁ ପଡ଼ିବ। ଟିକା ନେବା, କୋଭିଡ ନିୟମ ମାନିବା, ଅଯଥା ଭିଡ଼କୁ ଯିବା ନାହି। ଏତିକି କଲେ କେଶ ଲୋଡ୍ କମ ରହିବ ଓ ଆମେ ନିରାପଦ ରହିବା।
ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ। ତିନି ଜଣଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ଯାଇଛି ରିପୋର୍ଟ ଆସିନାହିଁ। ଏହି ତିନିଜଣଙ୍କ ଭିତରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଆମେ ନିୟମ ମାନି ଚଳିଲେ ତୄତୀୟ ଲହର ଆଶଙ୍କାକୁ ଏଡ଼ାଇ ଯାଇପାରିବା।