ଭୁବନେଶ୍ବର: କୁହଯାଇଥାଏ, ସଡ଼କ ସୁରକ୍ଷା ଜୀବନ ରକ୍ଷା। ଦ୍ରୁତଗତି ମହାବିପତ୍ତି। ଆଜି ଏକ ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌କୁ ଶକ୍ତ ଧକ୍କା ଦେଇ ୨ ଜଣ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଭୁବନେଶ୍ବର-କଟକ ୧୬ ନମ୍ବର ଜାତୀୟ ରାଜପଥର ପାହାଳ ନିକଟସ୍ଥ ଜଗନ୍ନାଥ ମନ୍ଦିର ସାମ୍ନାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।  ଏଥିରେ ୨ ଜଣ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲା ବେଳେ ବସ୍‌ର ହେଲ୍‌ପର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ ଏକ ଘରୋଇ ରାତ୍ରୀକାଳୀନ ଯାତ୍ରୀବାହୀ ବସ୍‌ ଭୁବନେଶ୍ବରରୁ କଟକ ଦେଇ ବରଗଡ଼କୁ ଯାଉଥିଲା। କିନ୍ତୁ ଆଜି ରାତି ପ୍ରାୟ ୯ଟା ୪୫ରେ ଏହି ବସ୍‌ କୁ ପାହାଳ ନିକଟସ୍ଥ ଜଗନ୍ନାଥ ମନ୍ଦିର ସାମ୍ନାରେ ବାଇକ୍‌(ଓଡି ୦୫ଏକ୍ସ ୭୮୭୯)ରେ କଟକ ଆଡ଼କୁ ଦ୍ରୁତଗତିରେ ଯାଉଥିବା ୨ ଯୁବକ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀ ଓ ବସ୍‌ର ହେଲ୍‌ପର ଆହତ ହୋଇଥିଲେ। ୨ ବାଇକ୍‌ ଆର‌ୋହୀ ଯୁବକଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବସ୍‌ର ହେଲ୍‌ପର ସାମାନ୍ୟ ଆହତ ହୋଇଛନ୍ତି।

publive-image

ଏହି ଦୁର୍ଘଟଣା ପରେ ପାହାଳରେ କିଛି ସମୟ ପାଇଁ ରାସ୍ତାରେ ଯାନବାହନଗୁଡ଼ିକ ଦୀର୍ଘ ଲାଇନ୍‌ରେ ରହି ଯାଇଥିଲା। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ସୂଚନା ପାଇ ପୁଲିସ ପହଞ୍ଚିବା ପରେ ଲୋକଙ୍କୁ ବୁଝାସୁଝା କରିଥିଲା। ଶେଷରେ ଯାତାୟତ ସ୍ବାଭାବିକ ହୋଇଥିଲା।