ପୁଣି ମାଓ ତାଣ୍ଡବ: ୨ ଜଣଙ୍କୁ ଗୁଳି କରି ହତ୍ୟା

ରାଉରକେଲା/ଭୁବନେଶ୍ୱର: ଓଡିଶା ଝାରଖଣ୍ଡ ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଅଞ୍ଚଳ ପାତହତୁ ଏବଂ ଉଡ଼ନିଆ ଗ୍ରାମ ମଝିରେ ଥିବା ବୁରଘାଟରେ ମାଓବାଦୀ ମାନେ ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ସୁଚନା ମିଳିଛି। ମୃତକ ମୁଣ୍ଡା ଡାଙ୍ଗୋ ଏବଂ ବାଗୁନ ବୋଦ୍ରା ନିକଟ ମାଇଲପିଡ଼ି ଗ୍ରାମର। ହତ୍ୟାର କାରଣ ଜଣା ପଡି ନଥିବା ବେଳେ ସୋନୁଆ ପୁଲିସ ବୁଧବାର ଦ୍ଵିପ୍ରହରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଦୁଇଦିନ ତଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅଞ୍ଚଳରେ ଲାଲ୍‌ ବାହିନୀର ସଦସ୍ୟ ମାନେ ୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ମାତ୍ର ୧୦ ଘଣ୍ଟା ବ୍ୟବଧାନରେ ମାଓବାଦୀମାନେ ଦୁଇଜଣଙ୍କୁ ହତ୍ୟା କରି ପୁଲିସକୁ ଚାଲଞ୍ଜ କରିଥିଲେ। ସାପ୍ତାହିକ ବଜାରରେ ରବିବାର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ହତ୍ୟା କରିଥିବାବେଳେ ରାତିରେ ଭୀମ ଦୋରା (୪୬) ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ପୁଲିସ ଇନ୍‌ଫର୍ମର ସନ୍ଦେହରେ ଭୀମକୁ ହତ୍ୟା କରିଥିବା ମାଓବାଦୀମାନେ ଛାଡ଼ି ଯାଇଥିବା ଏକ ହାତଲେଖା ପୋଷ୍ଟରରୁ ଜଣାପଡ଼ିଛି।

ପାହାଡ଼ପଦର ପଞ୍ଚାୟତ ଅଧିନସ୍ଥ ବୋରପଦର ଗ୍ରାମର ଠିକାଦାର ରାଜେନ୍ଦ୍ର ରବିବାର ଦିନ ୨ଟାରେ ପାହାଡ଼ପଦର ବଜାରରେ ଟମାଟୋ କିଣିବା ସମୟରେ ମାଓବାଦୀ ମାନେ ହତ୍ୟା କରି ସେଠାରୁ ଫେରାର ହୋଇ ଯାଇଥିଲେ। ମାଓବାଦୀ ମାନେ ରାଜେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ ଓ ତାଙ୍କର ବାଇକ ମଧ୍ୟ ଜାଳି ଦେଇଥିଲେ।

ସମ୍ବନ୍ଧିତ ଖବର