ବାଲେଶ୍ଵର: ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନିର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ଵର ଶାଖାର ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ମାନ୍ୟବର ବାଲେଶ୍ଵର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ଜଜ ବିଶ୍ୱଜିତ ଦାସ। ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅନାଦେୟ ହେଲେ ୨ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ଉଲ୍ଲେଖ ରହିଛି।

Advertisment

ବିବରଣୀ ଏହିକି, ନୀରିହ ଜନତା ତଥା ଜମାକାରୀଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମ ଯଥା ସାରଦା ରିୟଲିଟି ଓ ସାରଦା ଟୁର ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜଣ ଜମାକାରୀଙ୍କ ଠାରୁ ୪ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିଲା। ଠକେଇ ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ୧୨/୧୩ରେ ମାମଲା ରୁଜୁ ହୋଇଥିଲା। ୬୫ ଜଣ ସାକ୍ଷୀ ଓ ୧୪୪ଟି ଦଲିଲ ଓ ଦସ୍ତାବିଜକୁ ଭିତ୍ତିକରି ଆଜି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ।