ଟାଙ୍ଗୀ(ଖୋର୍ଦ୍ଧା): ବନ୍ୟପ୍ରାଣୀ ଶିକାର ନିଷେଧାଦେଶ ଥିବା ବେଳେ ମଧ୍ୟ ଶିକାରୀମାନେ ଏହାକୁ ଭୃକ୍ଷେପ କରୁ ନାହାନ୍ତି। ବରଂ ନିରୀହ ପକ୍ଷୀମାନଙ୍କୁ ମାରି ନିଜ ପେଟପୁରାଇବାକୁ ଉଦ୍ୟମ କରୁଛନ୍ତି। ଶିକାରୀମାନେ ଭୋଜି କରିବାକୁ କୁକୁଡ଼ା କିମ୍ବା ଛେଳିମାଂସ ବଦଳରେ ଚିଲିକାର ବୃହତ୍ ଜଳରାଶିରେ ଭାସୁଥିବା ପକ୍ଷୀମାନଙ୍କୁ ଟାର୍ଗେଟ କରୁଛନ୍ତି। ପକ୍ଷୀ ଶିକାର କରି ଫେରୁଥିବା ବେଳେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛନ୍ତି। ତେବେ ଚଢ଼ାଉ ସମୟରେ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଶିକାରୀମାନଙ୍କ ଠାରୁ ବନବିଭାଗ ୧୪ଟି ମୃତପକ୍ଷୀ ଜବତ କରିଛି।
ଅବାଧ ପକ୍ଷୀ ଶିକାର ବନ୍ଦ କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ତରଫରୁ ବ୍ୟାପକ ସଚେତନା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କିନ୍ତୁ ଶିକାରୀମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ଗତକାଲି ସନ୍ଧ୍ୟା ସମୟରେ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଭୂଷଣ୍ଡପୁର ସେକ୍ସନର ସୁଭଦ୍ରାପୁର ଘେରି ନିକଟରେ କିଛି ଶିକାରୀ ପକ୍ଷୀ ଶିକାର କରି ଫେରୁଥିଲେ।
ଏସଂପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ବିରାଜ ଦାଶଙ୍କ ସମେତ ଭୂଷଣ୍ଡପୁର ସକ୍ସେନ ବନପାଳ ସବିତା ପ୍ରଧାନ, ଜଗୁଆଳି ପ୍ରଦୀପ ସେଠୀ, ରାକେଶ ଖଣ୍ଡାୟତରାଜ ପ୍ରମୁଖ ସଦଳବଳେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୪ଟି ମୃତ ପଡ଼ି ଶିକାରୀ ଜବତ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଦେଇପୁର ଗ୍ରାମର ସନ୍ତୋଷ ପଲାଇ (୨୪) ଓ ଟୁଲୁ ପଲାଇ (୨୩)ଙ୍କୁ ଗିରଫ କରିଥିଲେ। ବନ ବିଭାଗ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବନାଞ୍ଚଳ ଅଧିକାରୀ ବିରାଜ ଦାଶ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/cddc0286-e330-43f7-b094-f2a759cd01f1-1.jpeg)