ମହାପ୍ରଭୁଙ୍କ ମହାପ୍ରସାଦକୁ ଅପମାନ, ଜୋତା ପିନ୍ଧି ଅବଢ଼ା ଖାଉଥିବା ପୁଲିସ୍‌ କର୍ମଚାରୀଙ୍କ ନାମରେ ଏତଲା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରତି ଅବମାନନା ଅଭିଯୋଗ ହୋଇଛି । ଦୁଇ ଜଣ ପୁଲିସ କର୍ମଚାରୀ ଏକ  ବେଂଚ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଉଥିବାର ଦୃଶ୍ୟ ନିିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେଉଛି । ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏହାକୁ ନିନ୍ଦା କରାଯାଇ ସିଂହଦ୍ୱାର ଥାନାରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆଯାଇଛି ।

ସୂଚନା ଅନୁସାରେ ଗତ ରଥଯାତ୍ରା ସମୟରେ ମଧ୍ୟ କିଛି ପୁଲିସ କର୍ମଚାରୀ ଗୁଣ୍ଡିଚା ମନ୍ଦିରରେ ଏଭଳି ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ସେମାନଙ୍କ ବିରୋଧରେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯଦି ବର୍ତ୍ତମାନର ଘଟଣା ସମ୍ପର୍କରେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଏସପି ଅଫିସ ଆଗରେ ଧାରଣା ଦେବାକୁ  ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ।

ସମ୍ବନ୍ଧିତ ଖବର