ନିଲମ୍ବିତ ହେଲେ ଦୁଇ ସେବାୟତ

ପୁରୀ : ଶ୍ରୀମନ୍ଦିର ଭିତରକାଠରେ ଭକ୍ତଙ୍କୁ ନିର୍ଘାତ ମାଡ଼ ମାରିବା ଦୁଇ ସେବାୟତଙ୍କୁ ଭାରି ପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ଦୁଇ ସେବାୟତ ସୋମନାଥ ମେକାପ ଓ ମଦନ ଖୁଣ୍ଟିଆଙ୍କୁ ଅନିର୍ଦିଷ୍ଟ କାଳ ପାଇଁ ସେବାରୁ ନିବୃତ୍ତ କରିଥିବା ବେଳେ ସଂପୃକ୍ତ ନିଯୋଗ ମଧ୍ୟ ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିନତମାମ ଆଲୋଚନା, ପର୍ଯ୍ୟାଲୋଚନା ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଦୁଇ ନିଯୋଗ ଏ ପ୍ରକାର କଠୋର ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ମହାରାଷ୍ଟ୍ର ଥାନେ ଅଞ୍ଚଳର ଜଣେ ଭକ୍ତ ଚେତନ ଗଣପତିଜୀ ଅମୋଲକର ତାଙ୍କ ସ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ବୁଲି ଆସିଥିବା ବେଳେ ଭିତରକାଠରେ ମହାପ୍ରଭୁଙ୍କ ଦର୍ଶନ ସମୟରେ ଉପରୋକ୍ତ ଦୁଇ ସେବାୟତ ଦାନ ଅର୍ଥକୁ ନେଇ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର