ଉଦଳା : ମୟୂରଭଞ୍ଜର ଉଦଳା ଥାନା ପାଟପୁର ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଘଟଣାର ୩ ବର୍ଷ ପରେ ସମ୍ପୃକ୍ତ ୨ ଅଭିଯୁକଙ୍କୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି।

Advertisment

୨୦୧୬ ମସିହାରେ ଉଦଳା ଥାନା ପାଟପୁର ଅଞ୍ଚଳର ଏହି ନାବାଳିକାକୁ ଚିତ୍ତରଞ୍ଜନ ଦାସ (୩୬) ଭଲ ପାଉଥିଲା। ବିବାହର ପ୍ରତିଶ୍ରୁତି ଦେଇ ସେ ନାବାଳିକାକୁ ବିଜୟୱାଡାକୁ ନେଇଯାଇଥିଲା। ସେଠାରେ ଏକ ଭଡ଼ାଘରେ ରଖି ନିଜର ଦୁଇ ସହଯୋଗୀଙ୍କ ସହିତ ୧୨ ଦିନ ଧରି ଦୁଷ୍କର୍ମ କରିଥିଲା। ପରେ ନାବାଳିକାଙ୍କୁ ସାଙ୍ଗରେ ଧରି ଉଦଳା ଫେରିଥିବାବେଳେ ବସ୍‌ଷ୍ଟାଣ୍ଡ ନିକଟରୁ ନାବାଳିକା ଜଣକ କୌଶଳ କ୍ରମେ ଖସି ଘରକୁ ପଳାଇଥିଲେ। ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇବା ପରେ ଏ ନେଇ ଜୁଲାଇ ୧୨ ତାରିଖ ଦିନ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ହେଲେ ଅଭିଯୁକ୍ତମାନଙ୍କ ପତ୍ତା ମିଳିନଥିଲା। ଶେଷରେ ୨୮ ତାରିଖ ରାତିରେ ଦୁଇ ଅଭିଯୁକ୍ତ ରଞ୍ଜିତ ସିଂହ ଓରଫ ବାପୁ(୩୬) ଏବଂ ଈଶ୍ୱର ଜେନା ଓରଫ କାଦଳା(୩୭)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।