ବାଲେଶ୍ୱର ଓ ଭଦ୍ରକ ଗଲେ ଏମ୍ସର ୨ଟି ରାପିଡ ଆକ୍ସନ ଟିମ୍, ଅବରୋଧ ଅଞ୍ଚଳରେ କରିବେ ସମୀକ୍ଷା

ଭୁବନେଶ୍ୱର: ବାଲେଶ୍ୱର ଓ ଭଦ୍ରକରେ କରୋନା ମୁକାବିଲା ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା କେମିତି ରହିଛି, ସେ ନେଇ ସମୀକ୍ଷା ହେବ । ଏଥି ପାଇଁ ଆଜି ଭୁବନେଶ୍ୱର ଏମ୍ସର ୨ଟି ରାପିଡ ଆକ୍ସନ ଟିମ ଗସ୍ତ କରିଛନ୍ତି । ଏହି ଦୁଇଟି ଟିମ ଅବରୋଧ ଅଞ୍ଚଳରେ ଲୋକଙ୍କ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେସବୁ ସଂପର୍କରେ ଅବଗତ ହେବେ । ଏହା ପରେ ଉଭୟ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପହଞ୍ଚି ଅବରୋଧ ଅଞ୍ଚଳରେ ସ୍ୱାସ୍ଥ୍ୟ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେସବୁର ସମୀକ୍ଷା କରିବେ ।

ସୂଚନାଯୋଗ୍ୟ, ଉତ୍ତର ଓଡ଼ିଶାରେ ଏବେ କରୋନା ଭାଇରସ କାୟା ବିସ୍ତାର କରିଛି । ପ୍ରତିଦିନ ନୂଆଁ ନୂଆଁ ରେକର୍ଡ ସୃଷ୍ଟି ହେଉଛି । ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ପହଞ୍ଚିଥିବା ବେଳେ ଉଭୟ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଏହି ସଂଖ୍ୟା ୧୯-୧୯ ରହିଛି । କିଛି ଦିନ ହେବ ଏହି ୩ଟି ଜିଲ୍ଲାରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲଥିବା ବେଳେ ପ୍ରଶାସନର ଦାୟିତ୍ୱ ବଢ଼ିଛି । ତିନିଟି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ ବଢ଼ିଛି ।

ସମ୍ବନ୍ଧିତ ଖବର