ରାୟଗଡ଼ା : ଅର୍ଦ୍ଧଦଗ୍ଧ ଅବସ୍ଥାରେ ଘର ଭିତରୁ ୨ ଜଣ ଉଦ୍ଧାର, ମେଡିକାଲରେ ଭର୍ତ୍ତି

ରାୟଗଡ଼ା : ଗୁଣପୁର ଏସ୍‌ପିଗୁଡାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଏକ ଘର ଭିତରେ ନିଆଁରେ ପୋଡିହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇଛି। ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ଥିବା ଜଣାପଡିଛି। ସେମାନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଘରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ଦୁହେଁ ଆତ୍ମହତ୍ୟା କରଛନ୍ତି ନା ଘରେ ନିଆଁ ଲାଗିବାରୁ ଏହି ଅଘଟଣ ଘଟିଛି ତାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସେମାନେ ଏବେ ପାରଳାଖେମୁଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର