୨ରୁ ଅଧିକ ସନ୍ତାନ ଥିବା ମହଙ୍ଗା ପଡ଼ିଲା: ୨ ସରପଞ୍ଚ ଓ ଜଣେ ନାଏବ ସରପଞ୍ଚ ଅଯୋଗ୍ୟ ଘୋଷିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାପାଳ ୨ରୁ ଅଧିକ ସନ୍ତାନ ଥିବା ୨ ଜଣ ସରପଞ୍ଚ ଓ ଜଣେ ନାଏବ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ନୂଆପଡ଼ା ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ସରପଞ୍ଚ ଯମୁନା ସାହୁଙ୍କ ୨ଟିରୁ ଅଧିକ ସନ୍ତାନ ରହିଛନ୍ତି। ହେଲେ ନିର୍ବାଚନ ସମୟରେ ସେ ତାଙ୍କର ୨ ଜଣ ସନ୍ତାନ ଥିବା ଉଲ୍ଲେଖ କରିଥିବା ଅଭିଯୋଗ ହୋଇଥିଲା।

ସେହିପରି ଖୁଟମନଭେରା ସରପଞ୍ଚ କଳ୍ପନା କୁଲଦୀପ ଓ ଧରମବନ୍ଧା ନାଏବ ସରପଞ୍ଚ ପାର୍ବତୀ ରାଉତଙ୍କ ୨ରୁ ଅଧିକ ସନ୍ତାନ ରହିଥିବା ଜିଲ୍ଲାପାଳ କୋର୍ଟରେ ଅଭିଯୋଗ ହୋଇଥିଲା। ଏହାର ବିଚାର କରି ଜିଲ୍ଲାପାଳ ୨ ଜଣ ସରପଞ୍ଚ ଓ ଜଣେ ନାଏବ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ବରିଷ୍ଠ ଆଇଜଜୀବୀ ଦେବଦତ୍ତ ଦୀକ୍ଷିତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର