ହିଞ୍ଜିଳିକାଟୁ, ଶେରଗଡ଼‌ରେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ସଚିବ

ସ୍ମାର୍ଟ କ୍ଲାସ୍‌ରୁମ୍ ଦେଖିଲେ, ଜନପ୍ରତିନିଧିଙ୍କ ସହ ଆଲୋଚନା

ହିଞ୍ଜିଳିକାଟୁ/ଶେରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡ.ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାଶ ଗୁରୁବାର ହିଞ୍ଜିଳିକାଟୁ ଓ ଶେରଗଡ଼ ଗସ୍ତ କରିଛନ୍ତି। ସ୍ମାର୍ଟ କ୍ଲାସରୁମ୍ ବୁଲି ଦେଖିବା ସହ ଜନପ୍ରତିନିଧିଙ୍କ ସହ ଆଲୋଚନା ଓ ବିଭିନ୍ନ ଉନ୍ନୟନ କାମ ତଦାରଖ କରିଥିଲେ। ମା’ ତାରାତାରିଣୀଙ୍କ ଦର୍ଶନ ପରେ ଉଭୟ ସଚିବ ହିଞ୍ଜିଳିକାଟୁ ବ୍ଲକ୍ ପୁଟିଆପଦର ଗ୍ରାମରେ ପହଞ୍ଚି ବିଡିଓ ପ୍ରସନ୍ନ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ ଓ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ସହ ଆଦର୍ଶ ଗାଈଗୁହାଳ ଓ କୁକୁଡ଼ା ଗୃହ ବୁଲି ଦେଖିଥିଲେ। ପରେ ନନ୍ଦିକ ପଞ୍ଚାୟତକୁ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଜନପ୍ରତିନିଧି ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହିଞ୍ଜିଳିକାଟୁ ଦେଉଳବନ୍ଧ ପୋଖରୀର ସୌନ୍ଦର୍ଯ୍ୟୀକରଣ ‌ଦେଖି ଖୁସି ବ୍ୟକ୍ତ କରିଥିଲେ। ପରେ ବୃନ୍ଦାବନ ଉଚ୍ଚବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ଦେଖିବା ସହ ପିଲାଙ୍କୁ ପାଠ ପଢ଼ାଇଥିଲେ।

ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଓ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ପରେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଜନପ୍ରତିନିଧିଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ଦିଗରେ ପଦକ୍ଷେପ ନେବାକୁ ଦୁଇ ସଚିବଙ୍କୁ ନିବେଦନ କରାଯାଇଥିଲା। ପରେ ବୁରୁପଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଓ ପଞ୍ଚାୟତ ଅଫିସ୍ ବୁଲି ଦେଖିଥିଲେ। ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଥାନାଧିକାରୀ ଅଭିମନ୍ୟୁ ଦାଶ, ତହସିଲଦାର ପ୍ରଭାତ ପରିଡ଼ା, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ବିଜେଡି ନଗର ସଭାପତି ଭୀମସେନ ବେହେରା, ସରୋଜ ପଣ୍ଡା, ଯୁଧିଷ୍ଠିର ସ୍ୱାଇଁ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଯୁବ ନେତା ନୀଳମଣି ପଟ୍ଟନାୟକ, ପ୍ୟାରୀ ପାଢ଼ୀ, ବ୍ଲକ ଅଧ୍ୟକ୍ଷ ଏନ୍. ରଘୁନାଥ, ହିଞ୍ଜିଳି ବିଧାୟକଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ସମାଜସେବୀ ଡି.ବିଶ୍ୱନାଥ, ଯୁବ ସଭାପତି ମନୋଜ ସାବତ, ଭି.ରବୀନ୍ଦ୍ର, ସୁଧାଂଶୁ ସାହୁ ଓ ଅନୀଲ ମହାପାତ୍ରଙ୍କ ସମେତ ବ୍ଲକର ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ । ପରେ ଶେରଗଡ଼ ବ୍ଲକ୍ ଗସ୍ତ କରି ମିଳିମିଶି କାମ କରି ବିକାଶଧାରାକୁ ଆଗେଇ ନେବାକୁ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ। କରୋନା ଯୋଦ୍ଧା ଓ ଜନପ୍ରତିନିଧିଙ୍କ ସହଯୋଗରେ କରୋନା ଭଳି ମହାମାରୀର ସଫଳ ମୁକାବିଲା ହୋଇପାରିଛି। ଆଉ ବିଶ୍ବସ୍ତରରେ ରାଜ୍ୟ ସରକାର ପ୍ରଶଂସିତ ହୋଇଛନ୍ତି। ତେବେ ବିକାଶ ପାଇଁ ଆପୋସ ସହଯୋଗ ଆବଶ୍ୟକ ରହିଛି ବୋଲି ଶେରଗଡ଼ ବ୍ଲକ ପରିସରରେ ଆୟୋଜିତ ବୈଠକରେ ଦୁଇ ସଚିବ ପରାମର୍ଶ ଦେଇଥିଲେ। ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା, ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର