ଭୁବନେଶ୍ବର : ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଝାରୁସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ମହେନ୍ଦ୍ର ମହାପାତ୍ରଙ୍କୁ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ପୁନର୍ବାସ ଓ ଥାଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଜମି ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ମାଲକାନଗିରି ତହସିଲଦାର ଥିବା ବରିଷ୍ଠ ଓଏଏସ୍ ଅଧିକାରୀ ଗୁଣନିଧି ନାଏକଙ୍କୁ ଅବସ୍ଥାପିତ କରାଯାଇଛି।
ଲୋୟର ସୁକତେଲ କାମ ତ୍ୱରାନ୍ୱିତ କରିବାକୁ ୨ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତି
/sambad/media/post_attachments/wp-content/uploads/2020/02/lowyer-suktel-irrigation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)