ଭାଲୁ ଆକ୍ରମଣରେ ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ପିଛୁଳାବେଡା ଗ୍ରାମରେ ସୋମବାର ଅପରାହ୍‌ଣରେ ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ପିଛୁଲାବେଡା ଗ୍ରାମର ଗୁରୁଚରଣ ମହାନ୍ତ (୫୩) ଓ ଶିକ୍ଷକ ସୌଭାଗ୍ୟ ମହାକୁଡ଼ (୫୧) । ଗୁରୁଚରଣ ସ୍ଥାନୀୟ ଡୁମୁରିଆରୁ ନିଜ ଗ୍ରାମ ପିଛୁଳାବେଡାକୁ ଏକ ସାଇକେଲରେ ଆସୁଥିବା ବେଳେ ୩ଟି ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହାପରେ ଶିକ୍ଷକ ସୌଭାଗ୍ୟ ମହାକୁଡ଼ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଉଭୟଙ୍କୁ ପାଟଣା ମେଡ଼ିକାଲକୁ ଅଣାଯାଇ ଥିଲା। ଅବସ୍ଥା ଗୁରୁତର ଥିବା‌ରୁ ଗୁରୁଚରଣଙ୍କୁ କଟକ ଓ ସୌଭାଗ୍ୟଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର