ରାୟଗଡ଼ା : ଲକଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୨ଟି ଦୋକାନକୁ ସିଲ୍ କରାଯାଇଛି। ମେଇନ୍ ରୋଡରେ ଥିବା ଏକ ଫଟୋ ଷ୍ଟୁଡ଼ିଓ ଏବଂ କଂସା ବାସନ ଦୋକାନ ସିଲ୍ ହେବା ପରେ ଥାନାରେ ମାଲିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ୨୦ ତାରିଖରୁ ଗ୍ରୀନ୍ ଜୋନରେ ଥିବା ଜିଲ୍ଲା ଗୁଡ଼ିକରେ ଲକଡାଉନ୍ ସାମାନ୍ୟ ମାତ୍ରାରେ କୋହଳ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ନିର୍ମାଣଧୀନ ସାମଗ୍ରୀ ବିକ୍ରୟ ଦୋକାନ ଗୁଡ଼ିକ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ନଥିବା ଦୋକାନ ଗୁଡ଼ିକ ଆଜି ଖୋଲିଥିବା ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ନିର୍ଦେଶରେ ତହସିଲଦାର ଉମା ଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ଟାଉନ୍ ଥାନା ଏସଆଇ ଟି. ଅଲ୍ଲୀ ଖାନ୍ ମାର୍କେଟରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଫଟୋ ଷ୍ଟୁଡ଼ିଓ ସହିତ କଂସା ବାସନ ବିକ୍ରି ଦୋକାନ ଖୋଲିଥିବା ଦେଖି ମାଲିକଙ୍କୁ ପଚରା ଉଚରା କରିବା ପରେ ଦୋକାନ ସିଲ୍ କରିଥିଲେ।
ରାୟଗଡ଼ାରେ ଲକଡାଉନ୍ ଆଇନ ଉଲ୍ଲଂଘନ : ୨ ଦୋକାନ ସିଲ୍ କଲା ପ୍ରଶାସନ
/sambad/media/post_attachments/wp-content/uploads/2020/04/RGD_Lackdown-Chadhau.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)