କୁଜଙ୍ଗ : ମହାକାଳପଡ଼ା ନିପାଣିଆ ଗାଁ। ନଦୀକୂଳରୁ ହଠାତ୍ ଶୁଭିଲା ହୋହାଲ୍ଲା । ଲୋକଙ୍କ ଆର୍ତ୍ତଚିତ୍କାରରେ ଫାଟିପଡ଼ିଲା ସମଗ୍ର ଅଞ୍ଚଳ । କ’ଣ ହେଲା ବୋଲି ଘଟଣାସ୍ଥଳକୁ ଧାଇଁ ଯାଇଥିଲେ ଦୁଇ ଭଉଣୀ ସଶ୍ମିତା ଗିରି ଓ ପୂର୍ଣ୍ଣିମା ଗିରି। ଦେଖିଲା ବେଳକୁ ଏକ ଡଙ୍ଗା ବୁଡ଼ି ଯାଇଥିଲା, ବଞ୍ଚିବା ଲାଗି ଯାତ୍ରୀମାନେ ବ୍ୟାକୁଳ ଚିତ୍କାର କରୁଥିଲେ। ଦୁଇ ଭଉଣୀ କିଛି ଚିନ୍ତା ନ କରି ସେମାନଙ୍କୁ ବଞ୍ଚାଇବାକୁ ଲାଗି ପଡ଼ିଲେ। ଡଙ୍ଗା ବୁଡିଯିବା ପରେ ଅନ୍ଧାର ରାତିରେ ଦେବଦୂତ ସାଜି ଅନେକଙ୍କ ଜୀବନ ବଂଚାଇବାରେ ସାହାଯ୍ୟ କରିଥିଲେ ଦୁଇ ଭଉଣୀ ।

Advertisment

publive-image

ସଶ୍ମିତା ଓ ପୂର୍ଣ୍ଣିମା ପହଞ୍ଚିଲା ବେଳକୁ ଡଙ୍ଗା ପୁରାପୁରି ବୁଡ଼ି ସାରିଥିଲା । ଲୋକେ ବଂଚାଅ ବଂଚାଅ ବୋଲି ଚିତ୍କାର କରୁଥିଲେ । କିଛି ଚିନ୍ତା ନ କରି ପାଣି ଭିତରକୁ ଡେଇଁପଡ଼ିଥିଲେ ଦୁଇ ଭଉଣୀ । ଭିତରେ କୁମ୍ଭୀର ଥିବା କଥା ମନରେ ନ ଥିଲା । ହାତ ଠାରି ଡାକୁଥିବା ଲୋକଙ୍କୁ ଦେଖି ନିଜ ଜୀବନକୁ ପାଣି ଛଡ଼ାଇ ମହାନନଦୀର ଅକାତକାତ ପାଣି ଭିତରକୁ ଡେଇଁ ପଡ଼ିଥଲେ ଦୁଇ ଭଉଣୀ । ପାଣିରେ ଥାଇ ଦୂରରେ ଥିବା ଲୋକଙ୍କ ପାଖକୁ ଦଉଡ଼ି ପିଙ୍ଗି ସେମାନଙ୍କୁ କୂଳକୁ ଭିଡ଼ି ଆଣିଥିଲେ। ପ୍ରଥମେ ୨ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ । ତା’ପରେ ଥିବା ଛୋଟ ଛୋଟ ପିଲାଙ୍କୁ ଉଦ୍ଧାର କରିଥିଲେ । ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଏସବୁ କହୁକହୁ କାନ୍ଦି ପକାଇଲେ ସଶ୍ମିତା ଗିରି । କୋହଭରା କଣ୍ଠରେ କହିଲେ, ଆଖି ସାମ୍ନାରେ ଏତେ ଲୋକଙ୍କ ଜୀବନ ଚାଲିଗଲା । ସମସ୍ତଙ୍କୁ ବଂଚେଇ ପାରିଲୁନି, ଯେତିକି ପାରିଲୁ ବଂଚେଇଲୁ।

publive-image

ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ନୂଆ ବର୍ଷର ବଣଭୋଜି ସାରି କୁଜଙ୍ଗ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା । ସୂଚନା ଅନୁସାରେ କୁଜଙ୍ଗ ହସିଣା ଗାଁର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକ୍ ହୁକିଟୋଲାକୁ ଯାଇଥିଲେ । ଏମାନେ ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । ଆଉ ଫେରିବା ବାଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ମହିଳା ଓ ୭ ଶିଶୁ ରହିଛନ୍ତି ।