ରାଜକନିକା : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କୋଇଲିପୁର ପଞ୍ଚାୟତ ଅଧୀନ ଗଜରାଜପୁର ଗ୍ରାମରେ ଆଜି ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ଜୀବନ ଯାଇଛି। ଗଜରାଜପୁର ଗାଁର ଯୁଧୀଷ୍ଠିର ମଳିକଙ୍କ ଝିଅ ଲିଜାରାଣୀ(୯) ଓ ଏଠାରେ ରହି ପଢୁଥିବା ତାଙ୍କ ଭିଣୋଇ ରାଜନଗର ବ୍ଲକ କଣ୍ଡୁରିଆ ଗ୍ରାମର ଅକ୍ଷୟ ସେଠୀଙ୍କ ଝିଅ ରୂପାରାଣୀ(୧୧)ଆଜି ଦିନ ପ୍ରାୟ ଗୋଟାଏ ବେଳେ ଘର ପଛରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଘର ଲୋକେ ବହୁ ଖୋଜାଖୋଜି କରି ପାଖାପାଖି ୨ଟା ବେଳକୁ ପୋଖରୀରେ ଦୁଇ ଭଉଣୀ ଭାସୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପୋଖରୀରେ ବୁଡ଼ି ୨ ଭଉଣୀ ମୃତ
/sambad/media/post_attachments/wp-content/uploads/2018/06/sister.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)