ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ

ବଡମ୍ବା : ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ପଞ୍ଚାୟତର ମାଳତୀ ଗାଁରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଭାଇ-ଉଉଣୀ ବୁଡି ଯାଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ନାମ ହେଉଛି ମୁନା ପଲେଇ(୬) ଓ ଭଉଣୀ ପ୍ରିୟଦର୍ଶିନୀ ଓରଫ ଗୁଡି ପଲେଇ (୭)। ଉଭୟ ଗାଁ ସ୍କୁଲରେ ୨ୟ ଶ୍ରେଣୀରେ ପାଠ ପଢୁଥିଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଏଠାରେ ସୂଚନା ଯୋଗ୍ୟ ଯେ, ଦଶଦିନ ତଳେ ଉକ୍ତ ବ୍ଲକ୍‌ର କୃଷ୍ଣଚନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ୨ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର