ଦୁର୍ଘଟଣାରେ ଦୁଇ ଭଉଣୀ ମୃତ

କୋରାପୁଟ/କାକିରିଗୁମ୍ମା : ସ୍କୁଲରୁ ଫେରୁଥିବା ବେଳେ ସାଇକେଲରୁ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଭିତରଗଡ ପଞ୍ଚାୟତ ଚାରଡା ଗ୍ରାମର ନାରାୟଣ ହିଆଲଙ୍କ ଝିଅ ହାନା(୧୪ବର୍ଷ) ଓ କୁମାର ହିଆଲଙ୍କ ଝିଅ ଲିପି(୧୧ବର୍ଷ)। ଏହି ଦୁଇ ସଂପର୍କୀୟ ଭଉଣୀ ଗତକାଲି ସ୍କୁଲରୁ ଘରକୁ ଫେରୁଥିଲା ବେଳେ ବାଟରେ ସାଇକେଲର ଭାରସାମ୍ୟ ହରାଇ ଏକ ଗାତରେ ପଡି ଯାଇଥିଲେ। ସାଇକେଲ ସହ ସେମାନେ ୨୦ଫୁଟ ତଳେ ପଡିଯିବା ପରେ ଘଟଣାସ୍ଥଳରେ ହାନାଙ୍କର ମୃତ୍ୟୁ ହୋଇଥିଲା। ଲିପିଙ୍କୁ ପ୍ରଥମେ କୋରାପୁଟ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର