ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ୨ ଭଉଣୀଙ୍କ ଆତ୍ମହତ୍ୟା

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ ଛେଳିଗଡ଼ ଗ୍ରାମରେ ଦୁଇ ଭଉଣୀ କୂଅକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ଘଟିଛି। ୨ଝିଅଙ୍କ ମଧ୍ୟରୁ ବି. ସ୍ୱପ୍ନା ଆଚାରୀଙ୍କ ଭୁବନେଶ୍ୱରରେ ବିବାହ ଠିକ୍‌ ହୋଇଥିଲା। ବାହାଘର ପ୍ରସ୍ତାବ ଭାଙ୍ଗିଯିବା ଖବର ପାଇ ଦୁଃଖରେ ମ୍ରିୟମାଣ ହୋଇ ଦୁଇ ଝିଅ ଆତ୍ମହତ୍ୟା କରିଥିବା ବାପା ବି.ପ୍ରମୋଦ ଆଚାରୀ କହିଛନ୍ତି। ପ୍ରମୋଦଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଚତୁର୍ଥ ଜ୍ୱାଇଁ ଛେଳିଗଡ଼ ଗ୍ରାମର ଗଣେଶ ସାହୁ ଉକ୍ତ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଛନ୍ତି। ଭଲ ପ୍ରସ୍ତାବ ଭାଙ୍ଗିଯିବାରୁ ମ୍ରିୟମାଣ ହୋଇ ତୃତୀୟ ଝିଅ ବି.ସ୍ୱପ୍ନା ଆଚାରୀ ଓ ପଞ୍ଚମ ଝିଅ ବି.କିରଣ ଆଚାରୀ ଉଭୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରସ୍ତାବ ଭାଙ୍ଗିବା ପଛରେ ଜ୍ୱାଇଁଙ୍କ ଭୂମିକା ନେଇ ଅିଡ଼ଓ ରେକର୍ଡି˚ ପ୍ରମାଣ ରଖିଥିବା ପ୍ରମୋଦ ଦାବି କରିଛନ୍ତି। ତେବେ ତୃତୀୟ ଝିଅର ବିବାହ ପ୍ରସ୍ତାବ ଭାଙ୍ଗିଯିବା ଘଟଣାରେ ପଞ୍ଚମ ଝିଅ ମଧ୍ୟ କାହିଁକି ଆତ୍ମହତ୍ୟା କ‌େଲ ତାହା ସନ୍ଦେହ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର