ବ୍ୟାସନଗର: ଯାଜପୁରରୋଡ୍ ଥାନା ଅନ୍ତର୍ଗତ ବ୍ୟାସନଗର ସହର ୧ନମ୍ବର ୱାର୍ଡ ଯୋଡ଼ାବର ଗାଁ ନିକଟରେ ଆଜି ପୂର୍ବାହ୍ଣରେ ଗୋଟିଏ ଧାନ ଅମଳ ମେସିନ ଓଲଟି ପଡ଼ିବାରୁ ଦୁଇଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳିକାଦ୍ବୟ ରମ୍ପାସ ମାଝୀସାହିର ରାଜୁ ହାଁସଦାଙ୍କ ଝିଅ ଦୁଲାରି (୧୭) ଓ ରାଣୀ (୧୬)। ବିଲରେ କାମ କରୁଥିବା ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ଆଜି ରାଜୁଙ୍କ ପାଇଁ ତାଙ୍କ ଦୁଇଝିଅ ଘରୁ ଖାଇବା ନେଇ ଏକ ଟ୍ରାକ୍ଟରରେ ବିଲକୁ ଯାଉଥିଲେ। ବିଲରେ ହିଡ଼ ଡେଇଁ ଯିବା ସମୟରେ ଟ୍ରାକ୍ଟର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଟ୍ରାକ୍ଟରରେ ଲାଗିଥିବା ଧାନ ଅମଳ ମେସିନ୍ଟି ଓଲଟି ପଡ଼ିବାରୁ ଦୁଇ ଭଉଣୀ ମେସିନ୍ ତଳେ ଚାପି ହୋଇଯାଇଥିଲେ।
ଉଭୟଙ୍କୁ ମେସିନ୍ ତଳୁ ଉଦ୍ଧାର କରି ଯାଜପୁରରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏ ନେଇ ଯାଜପୁରରୋଡ୍ ଥାନାରେ ୪/୨୫ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/05/SCUCjTBD9HHUBLS3HzvR.jpg)