ଭୁବନେଶ୍ବର/ବଲାଙ୍ଗୀର/କଣ୍ଟାମାଲ: ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ‌ସମୟରେ ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଗୁରୁତର ୨ ଜଣ ଏସ୍‌ଓଜି ଯବାନଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ଯବାନ ଉତ୍କଳ ପଟେଲ (୩୩) ଓ ଆରଏସ୍‌ ନାୟକ (୩୧)ଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲରୁ ଏୟାରଲିଫ୍‌ଟ କରାଯିବା ‌ପରେ ଏମ୍ସରେ ଚିକିତ୍ସା ଆରମ୍ଭ କରାଯାଇଛି।

Advertisment

publive-image

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନସ୍ଥ ନଲୀକୂପା ଜଙ୍ଗଲକୁ ଆଜି ପୂର୍ବାହ୍‌ଣରେ ଏସଓଜି ଯବାନଙ୍କ ୧୬ ଜଣିଆ ଟିମ୍‌ ସର୍ଚ୍ଚ ଅପରେସନ୍‌ ପାଇଁ ଯାଇଥିଲେ। ପ୍ରାୟ ୯ଟା ୪୫ରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଯବାନ ଉତ୍କଳ ପଟେଲ ଓ ଆରଏସ୍‌ ନାୟକ ଆହତ ହୋଇଥିଲେ। ସୂଚନା ପାଇଁ କଣ୍ଟାମାଳରୁ ତୁରନ୍ତ ଏକ ଡାକ୍ତରୀ ଟିମ୍ ଜଙ୍ଗଲରେ ପହଁଚି ଆହତ ଯବାନଙ୍କୁ ପ୍ରାରମ୍ଭିକ ଚିକିତ୍ସା ଯୋଗାଇ ଦେଇଥିଲେ। ପରେ ସେମାନଙ୍କୁ କଂଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁଣି ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା। ମାତ୍ର ଯବାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବରସ୍ଥିତ ଏମ୍ସକୁ ଅଣାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଏମ୍ସରେ ଯବାନଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି।

ଅନ୍ୟପଟରେ ଏସ୍‌ଓଜି ଯବାନମାନେ ନଲୀକୂପା ଜଙ୍ଗଲ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।