ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ଦୁଇ ପୁଅ କାଠଫାଳିଆରେ ହତ୍ୟାକଲେ ବାପାଙ୍କୁ। ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଛି ।
ସୂଚନାରୁ ପ୍ରକାଶ ଯେ ବାପା ମଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯିବା ପରେ ଦ୍ବିତୀୟ ବିବାହ କରିଲେ। ଦ୍ବିତୀୟ ବିବାହ ପରେ ଘରେ ପ୍ରତ୍ୟେକ ଦିନ ଘରେ ଝଗଡ଼ା ହୋଇଥାଏ। ଏନେଇ ଗତକାଲି ରାତ୍ରିରେ ଘରେ ବାପାଙ୍କ ସହ ଝଗଡ଼ା ହବା ପରେ ଉତ୍ୟକ୍ତ ହୋଇ ଦୁଇ ପୁଅ ଶିବରାମ ଭୂମିଜ ଏବଂ ଗୌରାଙ୍ଗ ଭୂମିଜ ମଙ୍ଗରା ଭୁମିଜଙ୍କୁ କାଠଫାଳିଆରେ ପିଟି ପିଟି ଘର ବାହାରେ ହତ୍ୟା କରିଲେ। ସେତିକିରେ ଉଭୟଙ୍କ ରାଗ ଶାନ୍ତ ହୋଇନଥିଲା। ସେଦୁହେଁ ପୁଣି ସ୍କୁଟିକୁ ବାପାଙ୍କ ଉପରେ ଚଢାଇଦେଇଥିଲେ । ଦୁଇ ପୁଅଙ୍କ ମଧ୍ୟରେ ଜଣେ ନାବାଳକ। ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
ଦ୍ବିତୀୟ ବିବାହ କାଳ ହେଲା: କାଠ ଫାଳିଆରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ
/sambad/media/post_attachments/wp-content/uploads/2022/06/Two-Sons-Killed-Their-Father_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)