ଆଉ ଦୁଇ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : କମ୍‌ ଯାତ୍ରୀ ଏବଂ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା ଆଉ ଦୁଇଯୋଡ଼ା ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଉଭୟ ପାର୍ଶ୍ବରୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌(୦୮୪୯୩/୦୮୪୯୪)କୁ ଉଭୟ ଦିଗରୁ ମେ’ ୧୫, ୧୬, ୨୨ ଓ ୨୩ ତାରିଖରେ ବାତିଲ୍ ରହିବ। ବିଶାଖାପାଟଣା-କାଚେଗୁଡ଼ା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୬୧/୦୮୫୬୨) ବିଶାଖାପାଟଣାରୁ ମେ’ ୧୪ରୁ ୩୧ ପର୍ଯ୍ୟନ୍ତ ଓ କାଚେଗୁଡାରୁ ମେ’ ୧୫ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ବାତିଲ୍ ରଖିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର