କେନ୍ଦୁଝର: ଖାଲୁଆ ଅଞ୍ଚଳରେ ରହିଛି ୨ ମହଲା କୋଠା। ବର୍ଷା ହେଲେ ଘରେ ପାଣି ପଶିଯାଉଛି। ଏହାକୁ ନେଇ ଘର ମାଲିକ ମହେଶ୍ବର ନାୟକ ଚିନ୍ତିତ ଥିଲେ। ସେ କେନ୍ଦୁଝର ସହର ସ୍ପଞ୍ଜ କଲୋନିରେ ଜାଗା କିଣି ୧୯୯୦ ମସିହାରେ ଏହି କୋଠଘର ନିର୍ମାଣ କରିଥିଲେ। ବିହାରୀ ମିସ୍ତ୍ରିଙ୍କ ପରାମର୍ଶରେ ଦୁଇ ମହଲା କୋଠାଟିକୁ ଆଉ ୪ ଫୁଟ ଉପରକୁ ଉଠାଇବାକୁ ସ୍ଥିର କଲେ। ଇତିମଧ୍ୟରେ ପ୍ରାୟ ୨୦ ଦିନର କାମ ହୋଇ ଘର ୨ ଫୁଟ ଉପରକୁ ଉଠି ସାରିଲାଣି । ଆଉ ୧୫ ଦିନରେ ଆଉ ୨ ଫୁଟ ଉପରକୁ ଉଠିବ । ଖାଲୁଆ ଅଞ୍ଚଳର ଘର ଉପରକୁ ଉଠିବା କୌଶଳ କେନ୍ଦୁଝର ଜିଲ୍ଲାରେ ପ୍ରଥମ ହୋଇଥିବାରୁ ଏହାକୁ ଦେଖିବା ପାଇଁ ବହୁ ଲୋକ ଆସୁଛନ୍ତି।
/sambad/media/post_attachments/wp-content/uploads/2021/01/keonjhar2.jpg)
ଡିସେମ୍ବର ୩୦ ତାରିଖରୁ କାମ ଆରମ୍ଭ କରିଥିଲେ।ଏହି କାମରେ ୪ ଜଣ ମିସ୍ତ୍ରି ଓ ୮ ଜଣ ଶ୍ରମିକ ନିୟୋଜିତ ଅଛନ୍ତି । ୧୧ ଶହ ବର୍ଗଫୁଟର ଘରକୁ ଉପରକୁ ଉଠାଇବା ପାଇଁ ୧୮୦ଟି ଜ୍ୟାକ୍ ଲାଗିଛି । ଏହି କାମ ଲାଗି ବର୍ଗଫୁଟକୁ ୨୫୦ ଟଙ୍କା ହିସାବରେ ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ଘର ଉପରକୁ ଉଠାଇବା ପାଇଁ ପାଖପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମିସ୍ତ୍ରି ଖର୍ଚ୍ଚ, ଘରର ଫ୍ଲୋରିଂ ଏବଂ ଅନ୍ୟାନ୍ୟ ସମସ୍ତ କାମ ସେହି ଅର୍ଥରେ ହୋଇଯିବ । ୧୯୯୦ ମସିହାରେ ଘର ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ତିଆରି କରିବାକୁ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯିବ । ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।
/sambad/media/post_attachments/wp-content/uploads/2021/01/keonjhar-1.jpg)
ବିହାର ମଧୁପୁରାର ମୁଖ୍ୟମିସ୍ତ୍ରି ପପୁ କୁମାର ଯାଦବ କହନ୍ତି ସେ ଏହି କାମ କରିବା ପାଇଁ ଚେନ୍ନାଇରେ ୪ ବର୍ଷ ତାଲିମ ନେଇଥିଲେ। ୨୦୧୪ ମସିହାରୁ ସେ ଏହି କାମ କରୁଛନ୍ତି । ବିହାରରେ ପାଖାପାଖି ୨ ହଜାର ଘର ଉପରକୁ ଉଠାଇଥିବା ବେଳେ କଟକ, ଭୁବନେଶ୍ବରରେ ୪ ଶହରୁ ଅଧିକ ଘର ଉପରକୁ ଉଠାଇଛନ୍ତି । କେନ୍ଦୁଝରରେ ଏହା ତାଙ୍କର ପ୍ରଥମ କାମ ଅଟେ । ଏହି ଘର ୪ ଫୁଟ ଉପରକୁ ଉଠାଇବା ପାଇଁ ତାଙ୍କୁ ମାସେରୁ ଦେଢମାସ ସମୟ ଲାଗିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/keonjhar1.jpg)