ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ଉଛୁପୁରୁ ପଞ୍ଚାୟତ ଅନ୍ତର୍ଗତ ଅରେଇସାହି ଗାଁ ମୁଣ୍ଡରେ ଟ୍ୟୁସନ୍‌ ସାରି ଫେରୁଥିଵା ସମୟରେ ଗଡ଼ଚାନ୍ଦପୁର ଗ୍ରାମର ତୁଷାରକାନ୍ତି ପରିଡ଼ା ଦୁଇ ପୁତୁରାଙ୍କୁ ଖଣ୍ଡାୟତ ପାଟଣା ଗ୍ରାମରୁ ବାଇକରେ ବସାଇ ଘରକୁ ଫେରୁଥିବା ବେଳେ ଅରେଇସାହି ଗାଁ ମୁଣ୍ଡରେ ଟ୍ରାକ୍ଟର ସାଙ୍ଗରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

Advertisment

ସୂଚନା ମୂତାବକ ସବୁଦିନ ଭଳି ଆଜି ଗୁରୁବାର ଦିନ ଅପରାହ୍ନରେ ଟ୍ୟୁସନ୍‌କୁ ଗଡଚାନ୍ଦପୁର ଗ୍ରାମର କ୍ରିଷ୍ଣା ଓ ଆଦିତ୍ୟ ହସଖୁସିରେ ଟିଉସନ ପାଇଁ ଯାଇଥିଲେ। କିନ୍ତୁ ବିଧିର ବିଧାନ ବିଚିତ୍ର। ଅରେଇସାହି ଗାଁ ମୁଣ୍ଡରେ ମୃତ୍ୟୁ ଜଗି ବସିଥିଲା। ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହୋଇ ଟ୍ରାକ୍ଟର ଚକାତଳକୁ ଦୁଇ ପିଲା ପଳାଇ ଯାଇଥିଲେ। ଗାଡ଼ି ଧକ୍କାର ଶବ୍ଦ ଶୁଣି ଗ୍ରାମର ଲୋକମାନେ ଘଟଣାସ୍ଥଳକୁ ଆସି ଦେଖନ୍ତି ଉକ୍ତ ଜାଗାରେ ଜଣକର ମୃତ୍ୟୁ ଘଟିଥିଲା ଦୁଇଛାତ୍ରକୁ ଉଦ୍ଧାର କରି ୧୦୮ ଦ୍ବାରା ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଉକ୍ତ ଜାଗାରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଖବର ପାଇ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଟ୍ରାକ୍ଟରକୁ ଜଵତ କରି ଥାନାକୁ ନେଇଥିଲେ। ଉକ୍ତ ଦୁଇ ଛାତ୍ରକୁ ପୁରୀ ବ୍ୟବଚ୍ଛେଦ ପାଇଁ ବଳଙ୍ଗା ପୁଲିସ ପଠାଇଥିଲେ।