ପାଓ୍ଵାର ଚାନେଲରେ ବୁଡ଼ି ଗଲେ ୨ ଛାତ୍ର, ମୃତ୍ୟୁ ପରେ ଚକ୍ଷୁଦାନ

ସମ୍ବଲପୁର : ଆଜି ସକାଳେ ପାଓ୍ଵାର ଚାନେଲରେ ବୁଡ଼ି ଯାଇ ଦୁଇ ଜଣ ସ୍କୁଲ ଛାତ୍ର ସମୀର ଦଳେଇ ଓ ସୁମିିତ ଦାଶ ପ୍ରାଣ ହରାଇଛନ୍ତି। ସମ୍ବଲପୁର ଶ୍ରୀଅରବିନ୍ଦ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ସମ୍ବଲପୁର ସହରରେ ଶୋକର ଛାୟା ଖେଳିଯାଇଛି। ଶୋକାକୁଳ ପରିବାର ଲୋକେ ମୃତକଙ୍କ ଚକ୍ଷୁଦାନ କରିଛନ୍ତି।

ଉଭୟ ଛାତ୍ର ହୀରାକୁଦ କଲୋନୀରେ ଥିବା ଏକ କୋଚିଂ ସେଣ୍ଟରରେ ଟ୍ୟୁସନ ପଢ଼ୁଥିଲେ। ଶୁକ୍ରବାର ଭୋରରେ ତାଙ୍କର ଅନ୍ୟ ୬ ଜଣ ସହପାଠୀଙ୍କ ସହିତ ମୁଣ୍ଡୋଘାଟ ଝାଙ୍କରପାଲି ପାଖ ପାଓ୍ଵାର ଚାନେଲକୁ ଗାଧୋଇବାକୁ ଯାଇଥିଲେ। ସାଇକଲ ଯୋଗେ ସେମାନେ ନବନିର୍ମିତ ଦ୍ୱିତୀୟ ମହାନଦୀ ସେତୁ ପାରି ହୋଇ ପ୍ରାୟ ୫ କିଲୋମିଟର ଦୂରରେ ଝାଙ୍କରପାଲି ପାଖ ଘାଟକୁ ଯାଇଥିଲେ। ୮ଜଣ ସହପାଠୀଙ୍କ ମଧ୍ୟରୁ ପ୍ରଥମେ ସମୀର ଓ ସୁମିତ ପାଣିକୁ ଗାଧୋଇବାକୁ ଓହ୍ଲାଇ ଥିଲେ। ସ୍ରୋତରେ ପଡ଼ିଯିବାରୁ ଭାସି ଯାଇ ବୁଡ଼ି ଯାଇଥିଲେ। ଉଭୟଙ୍କ ଶବକୁ ବୁର୍ଲା ମେଡ଼ିକାଲ କଲେଜରେ ବ୍ୟବଚ୍ଛେଦ କରାଯାଇଛି। ପରିବାର ଲୋକେ ଛାତ୍ରଦ୍ୱୟଙ୍କ ଚକ୍ଷୁଦାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର