ବାଲେଶ୍ବର: ବିଦ୍ୟୁତ୍ ଆଘାତରେ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇ ଛାତ୍ର ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତରମାନଙ୍କୁ ପ୍ରଥମେ ସୋର ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୧୯ ନଂ ୱାର୍ଡ ତେଲିଅଗଞ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ତାର ଛିଡି ପଡ଼ିଥିବା ଓ ନଟ୍ ବୋଲ୍ଟ ପଡ଼ିଥିବା ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ର ସେଠାକୁ ଯାଇଥିଲେ। ଏହାଫଳରେ ବିଦ୍ୟୁତ୍ ଆଘାତ ଲାଗିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଦୁଇ ଛାତ୍ରଙ୍କୁ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ।

Advertisment

ବିଦ୍ୟୁତ୍ ଆଘାତରେ ଦୁଇ ଛାତ୍ରଙ୍କ ସମେତ ପ୍ରଧାନ ଶିକ୍ଷକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନା ଆଣିଥିଲେ। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଦ୍ୟାଳୟରୁ ଗତକାଲି ରାତିରେ ପାଣିବୁହା ମେସିନ୍ ଚୋରି କରିବାକୁ ଉଦ୍ୟମ କରି ଚୋରମାନେ ଛାଡ଼ି ଚାଲିଯାଇଥିଲେ। ଫଳରେ ତାର ପଡ଼ି ଥିବାରୁ ଏଭଳି ତାର ଓ ନଟ୍ ବୋଲ୍ଟ ପଡ଼ିଥିବା ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି।