ବଡ଼ ତୁମକେଲା ବ୍ରାହ୍ମଣୀ ଘାଟରେ ୨ ଛାତ୍ର ନିଖୋଜ

ଲହୁଣିପଡ଼ା : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବଡ଼ ତୁମକେଲା ଗାଁ ବ୍ରାହ୍ମଣୀ ନଦୀ ଘାଟକୁ ଗାଧୋଇବାକୁ ଯାଇଥିବା ୨ ଛାତ୍ର ନିଖୋଜ ହୋଇଯାଇଛନ୍ତି।

ସେମାନେ ହେଲେ ଲହୁଣିପଡ଼ା ବଜାର ଅଞ୍ଚଳର ରମେଶ ରାୟଙ୍କ ଶିବମ ରାୟ (୧୪) ଓ ମୋତି ଜୟସ୍ୱାଲଙ୍କ ପୁଅ ଶୁଭମ ଜୟସ୍ୱାଲ (୧୫)। ଦୁହେଁ ଲହୁଣିପଡ଼ା ନିିକିତା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର। ଆଜି ପୂର୍ବାହ୍ନ ୧୧ଟାରେ ଟ୍ୟୁସନ୍‌ ସାରି ଦୁହେଁ ୫ କିଲୋମିଟର ଦୂର ତୁମକେଲା ଘାଟକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଇବା ବେଳେ ଚୋରା ବାଲିରେ ଦୁହେଁ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି।

ନଦୀ କୂଳରେ ଦୁହିଁଙ୍କ ପୋଷାକ, ବାଇକ୍‌ ଓ ମୋବାଇଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଲହୁଣିପଡ଼ା ଓ ବଣାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଜାରି ରଖିଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର