ବୁଡ଼ି ଯାଉଥିବା ଶିଶୁକୁ ଉଦ୍ଧାର କଲେ ଦୁଇ ଛାତ୍ର

କୋରେଇ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ପୋଖରୀରେ ବୁଡ଼ି ଯାଉଥିବାବେଳେ ଅନ୍ୟ ଦୁଇ ଜଣ ଛାତ୍ର ତାଙ୍କୁ ଉଦ୍ଧାର କରିଛନ୍ତି।

ସାଦକପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ତଥା ଫାଜଲପୁର ଗ୍ରାମର ଅବଦୁଲ ନାଜାମ ଖାଁଙ୍କ ପୁଅ ଅବଦୁଲ ରୁମାନ(୬) ସ୍କୁଲରୁ ଗଣେଶ ପୂଜା ସାରି ଫେରୁଥିବା ବେଳେ ପୋଖରୀରେ ପଡ଼ିଯାଇଥିଲେ। ସେହି ରାସ୍ତାରେ ଯାଉଥିବା କୋରେଇ ହାଇସ୍କୁଲର ଛାତ୍ର ତଥା ସାଦକପୁର ପଞ୍ଚାୟତ ଫାଜଲପୁର ଗ୍ରାମର ସେକ୍‌ କାଲାବାବୁଙ୍କ ପୁଅ ସେକ ତୋସିବ ଓ ସାଦକପୁର ଗ୍ରାମର ମହମ୍ମଦ ଦାଉଦଙ୍କ ପୁଅ ସୋଏବ ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଖବରପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାମାଧବ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ରୁମାନଙ୍କୁ ଆଣି ଘରେ ପହଞ୍ଚାଇଥିଲେ। ଉଦ୍ଧାରକାରୀ ଦୁଇ ଛାତ୍ରଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର