ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ରକ୍ତଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣା ସହିତ ସଂପୃକ୍ତ ଅନ୍ୟ ୨ ଜଣ ଅଭିଯୁକ୍ତ ଆଜି ଆତ୍ମସମର୍ପଣ କରିଛନ୍ତି। ଉଭୟ ଅଭିଯୁକ୍ତ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ରକ୍ତଚରିତ୍ର ଗ୍ୟାଙ୍ଗର ଅନ୍ୟତମ ୨ ଅଭିଯୁକ୍ତ ହେଲେ ସନାତନ ବେହେରା ଓ ରାଜେଶ ବେହେରା। ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
/sambad/media/post_attachments/wp-content/uploads/2021/11/kbn-750x430-1.jpg)
ଭୁବନେଶ୍ବରରେ ଆତଙ୍କରାଜ ସୃଷ୍ଟି କରୁଥିବା କେବିଏନ୍ ଗ୍ୟାଙ୍ଗ୍କୁ କାବୁ କରିବା ପାଇଁ କମିସନରେଟ୍ ପୁଲିସ ଏବେ ଜୋରଦାର୍ ଅଭିଯାନ ଚଳାଇଥିବାବେଳେ ଏହି ଗ୍ୟାଙ୍ଗ୍ର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ସେମାନେ ଆପରାଧିକ କାଣ୍ଡ ଭିଆଇବା ପାଇଁ କେଉଁଠି ଯୋଜନା କରୁଥିଲେ; ଖଟି ପାଇଁ କେଉଁଠି ବସୁଥିଲେ; କାହା ପୃଷ୍ଠପୋଷକତାରେ ଅପରାଧ ଘଟାଉଥିଲେ ଏବଂ ଏହି ଗ୍ୟାଙ୍ଗ୍କୁ କେଉଁ ନେତାମାନେ ବ୍ୟବହାର କରୁଥିଲେ; ସେ ସବୁ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ସୂତ୍ର ମୁତାବକ କେବିଏନ୍ର ଏହି ଆପରାଧିକ ଗ୍ୟାଙ୍ଗ୍ ଭୁବନେଶ୍ବରର ୟୁନିଟ-୮, ଡେଲ୍ଟା ଛକ, ସିଆର୍ପି ଅମ୍ରିତା ମାର୍କେଟ୍ କମ୍ପ୍ଲେକ୍ସ, ନୂଆପଲ୍ଲୀ, ଖଣ୍ଡଗିରି, ବରମୁଣ୍ଡା କାଳୀ ମନ୍ଦିର ପଡ଼ିଆ, ବସ୍ଷ୍ଟାଣ୍ଡ୍, ପୁରୁଣା ଭୁବନେଶ୍ବର ପ୍ରମୁଖ ଅଞ୍ଚଳରେ ଖଟି ଜମାଉଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗୋଷ୍ଠୀ ଭୁବନେଶ୍ବରରେ ନିଜ ଆତଙ୍କରାଜ ଲୋକଲୋଚନକୁ ଆଣିବା ପାଇଁ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରୁଥିଲେ। ରାଜରାସ୍ତାରେ ଖଣ୍ଡା ବୁଲାଇ ଏବଂ ବନ୍ଧୁକ ଫୁଟାଇ ଆତଙ୍କ ସୃଷ୍ଟିକାରୀ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ନିଜକୁ ‘ବିବିଏସ୍ଆର୍ ଟାଉନ ଟାଇଗର୍ସ’ ବା ‘ଭୁବନେଶ୍ବରର ସହରୀ ବାଘ’ ବୋଲି ଲେଖୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/d6704579-5e4e-4bdb-a29d-b1172088f388.jpg)