ଲା଼ଞ୍ଚୁଆଙ୍କ ବିରୋଧରେ ନବୀନ ଛାଟ : ୨ ବରଖାସ୍ତ, ୬ ବରିଷ୍ଠଙ୍କ ପେନସନ୍ ବନ୍ଦ

ଏଯାଏ ୭୪ ବରଖାସ୍ତ ହେଲେଣି, ୧୫ଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ଲାଞ୍ଚ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସେ କ୍ଷେତ୍ରରେ ସରକାର ଆଜି ଆଉ ପାେଦ ଆଗକୁ ଯାଇଛନ୍ତି। ୬ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ପେନସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ କରିବା ସହିତ ଆଉ ଦୁଇ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଓଡ଼ିଶା କୋଠା ନିର୍ମାଣ ନିଗମ ବା ଓବିସିସିର ପୂର୍ବତନ ଯନ୍ତ୍ରୀମୁଖ୍ୟ ତଥା ପରିଚାଳନା ନିର୍ଦେଶକ ସୁଧୀର କୁମାର ବଜେନ୍ଦ୍ର ନାରାୟଣଙ୍କର ପେନସନ୍ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। କେବଳ ସେ ନୁହନ୍ତି, ଏହି ତାଲିକାରେ ଥିବା ଅନ୍ୟ ପାଞ୍ଚ ଜଣ ଅଧିକାରୀ ହେଉଛନ୍ତି, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡ଼ା, କାମାକ୍ଷାନଗର ସବ୍‌ଡିଭିଜନର ଅବସରପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜ ସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ବର ସ୍ବାଇଁ, ସମ୍ବଲପୁର ରାସ୍ତା ଓ କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି।

ଏମାନଙ୍କ ବ୍ୟତୀତ କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ରେ‌େଭନ୍ୟୁ ଇନସପେକ୍ଟର ଈଶ୍ବରୀ ପ୍ରସାଦ ପୁରୋହିତ ଓ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେ‌େଭନ୍ୟୁ ଇନସପେକ୍ଟର ଅରୁଣ କୁମାର ପୁରୋହିତଙ୍କୁ ସରକାର ବରଖାସ୍ତ କରିଛନ୍ତି। ଏହି ଦୁଇ ଅଧିକାରୀ ଏକାଧିକବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଓ ଜେଲ୍ ଯାଇଥିଲେ। ସେହିଭଳି ସ୍ଥାୟୀ ଭାବେ ପେନସନ୍ ବନ୍ଦ େହାଇଥିବା ଅନ୍ୟ ୬ ଜଣ ଅବସରପ୍ରାପ୍ତ କର୍ମଚାରୀ ଲାଞ୍ଚୁଆ ଅଧିକାରୀ ଭାବେ ଜଣାଶୁଣା ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହାକୁ ମିଶାଇ ଗତ ଅଗଷ୍ଟ ମାସରୁ ୭୪ ଜଣଙ୍କୁ ବରଖାସ୍ତ କରାଗଲାଣି ଓ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆସରିଲାଣି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଦୁର୍ନୀତି ବିକାଶରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ତେଣୁ ଏହା ବିେରାଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି।।

ସମ୍ବନ୍ଧିତ ଖବର