ଭୁବନେଶ୍ବର: କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନ ସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟ୍ରାର, ସଞ୍ଜୟ କୁମାର ତ୍ରିପାଠୀଙ୍କୁ ସମବାୟ ସମିତି ସମୂହ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।
ସେହିପରି ସବ୍-ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟି ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଧର୍ମେନ୍ଦ୍ର ଭୋଇ ଏବଂ ଇନସ୍ପେକଟର କୋଅପରେଟିଭ୍ ସୋସାଇଟି ତଥା ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଶଶାଙ୍କ ଶେଖର ସାହାଣୀଙ୍କୁ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/paddy-a.jpg)