ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ପରେ ପୁରୀରେ ଉତ୍ତର ଖାତା ଅଦଳବଦଳ ହୋଇଥିବା ବେଳେ ମାଲକାନଗିରିରୁ ଗଣିତ ଉତ୍ତର ଖାତା ଗାଏବ ହୋଇଯାଇଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସୁପରିଟେଣ୍ଡେଣ୍ଟ ବିଦ୍ୟୁତ କୁମାର ପାତ୍ର ଓ ଡେପୁଟି ସୁପରିଟେଣ୍ଡେଣ୍ଟ ଶତ୍ରୁଘ୍ନ ସ୍ୱାଇଁଙ୍କୁ ସୋମବାର ନିଲମ୍ବିତ କରାଯାଇଛି।
ଅଭିଯୋଗ ଅନୁସାରେ, ମାଲକାନଗିରି ଜିଲ୍ଲା ପଡ଼ିଆ ଆଶ୍ରମ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରୁ ୧୦୮ଜଣ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଗାଏବ ହୋଇଯାଇଛି। ସେହିପରି ପୁରୀରେ ୧୫ରୁ ଅଧିକ ସିଲ୍ ପ୍ୟାକେଟ୍କୁ ଖୋଲି ଉତ୍ତରଖାତା ଏପଟସେପଟ କରାଯାଇଛି। ଗତ ୨୨ ତାରିଖରେ ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନ ଛାତ୍ରଛାତ୍ରୀମାନେ ସାହିତ୍ୟ ପରୀକ୍ଷା ଦେଇଥିଲେ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟକୁ ନୋଡାଲ୍ ସେଣ୍ଟର କରାଯାଇଥିଲା।
ନିୟମ ଅନୁଯାୟୀ, ପରୀକ୍ଷା ଶେଷ ହେବା ପରେ ପ୍ରତି ପରୀକ୍ଷା କେନ୍ଦ୍ର ଖାତା ସବୁ ସ୍ୱତନ୍ତ୍ର ପ୍ୟାକେଟ୍ରେ ସିଲ୍ ହୋଇ ନୋଡାଲ୍ ସେଣ୍ଟରକୁ ଆସିବ। ସେହି ଅନୁସାରେ ଗତ ୨୨ ତାରିଖରେ ପରୀକ୍ଷା ଶେଷ ହେବା ପରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର (କୋଡ୍ ନଂ-୧୪୦ବିଏ)ରୁ ପ୍ରଶ୍ନପତ୍ର ସିଲ୍ ହୋଇ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟକୁ ଆସିଥିଲା। ପରେ କ’ଣ ହେଲା କେଜାଣି ଏହି ସିଲ୍ ପ୍ୟାକେଟ୍କୁ ଖୋଲି ଦିଆଯାଇଥିବା ଦେଖିବାକୁ ମିଳିଛି। ଯାହାର ଫଟୋଚିତ୍ର ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି।
ମାଲକାନଗିରି: ଗଣିତ ଉତ୍ତର ଖାତା ଗାଏବ ଘଟଣାରେ ଦୁଇ ଜଣ ନିଲମ୍ବିତ
/sambad/media/post_attachments/wp-content/uploads/2019/03/Mkg-Math-answer-sheet-stolen-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)