ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ-ଭୁତିଆରବାହାଲ ରାସ୍ତାର ନୁନିଆଢିପା କ୍ରସର ଛକଠାରେ ଦୁଇଜଣ ଶିକ୍ଷକଙ୍କୁ ବୁଧବାର ସନ୍ଧ୍ୟାରେ ଆକ୍ରମଣ ହୋଇଛି। ମୁଖାପିନ୍ଧା ଦୁର୍ବୃତ୍ତମାନେ ଉଭୟଙ୍କୁ ଆକ୍ରମଣ କରି ଫେରାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ। ଦେଓଗାଁ ପଞ୍ଚାୟତ ସମିତି ଆବାସିକ ବାଳିକା ହାଇସ୍କୁଲ ଖେଳ ଶିକ୍ଷକ ମୋହନ ରଣା ଓ ଶିକ୍ଷକ ତୁଳସୀ ଭୋଇ ସ୍କୁଲରୁ ଫେରୁଥିଲେ। କ୍ରସର ଛକଠାରେ ଛକି ରହିଥିବା ୩ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲେ।
ଏହା ପଛରେ ଶ୍ରୀ ରଣାଙ୍କ ଭଉଣୀଜ୍ବାଇଁଙ୍କ ହାତ ଥିବା ସନ୍ଦେହ କରି ସେ ପୁଲିସରେ ଅଭିଯୋଗ କରିଛନ୍ତି। ଦେଓଗାଁ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେଲା ଦେଓଗାଁ ଥାନା ଅଞ୍ଚଳରେ ଚୋରି ଡକାୟତି ବଢ଼ିବାରେ ଲାଗିଛି। ଏଣୁ ପୁଲିସ ଅଞ୍ଚଳରେ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।