କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ପରିସରକୁ ଗୁରୁବାର ରାତିରେ ୨ଟି ବାଘ ଛୁଆ ପଶିଆସିଥିଲେ। ଏହାର ଦୃଶ୍ୟ ଥାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଦୁଇ ବାଘଛୁଆ ରାତି ପ୍ରାୟ ୧୦ ବେଳେ ଆସି ଥାନା ପରିସରରେ ଥିବା ଥାନା ଅଧିକାରୀଙ୍କ କାର୍କୁ ରାମ୍ପୁଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ପୁଣି ଜଙ୍ଗଲକୁ ଫେରି ଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଶୁକ୍ରବାର ଆମପାଣି ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦଚିହ୍ନ ସହ ବିଭିନ୍ନ ସ୍ଥାନର ଫଟୋ ସଂଗ୍ରହ କରିଛନ୍ତି। ଏବେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2021/01/amapani.jpg)
କ୍ବାଟର୍ସ ସମ୍ମୁଖରେ କାରର କଭର ଚିରି ଯାଇଥିବା ଦେଖିବାକୁ ମିଳିଥିଲା। ଥାନାରେ ଲାଗିଥିବା ସିସିଟିଭିର ଫୁଟେଜ ଯାଂଚ କରିବାରୁ ଗୁରୁବାର ରାତି ପ୍ରାୟ ୧୦ଟାରେ ଥାନା ପରିସରକୁ ୨ଟି ବାଘ ଛୁଆ ଆସି ବୁଲିଥିବା ଜଣାପଡ଼ିଥିଲା। ଶୁକ୍ରବାର ଆମପାଣି ପରେଷ୍ଟର ଜଗନ୍ନାଥ ନାଏକ, ନରେନ୍ଦ୍ର ବିଶି, ମହିଳା ଫରେଷ୍ଟ ଗାର୍ଡ ପହଞ୍ଚିଥିଲେ।
/sambad/media/post_attachments/wp-content/uploads/2021/01/amapani3.jpg)
ପ୍ରାଥମିକ ତଦନ୍ତରୁ ଏହା କଲରାପତିଆ ବାଘଛୁଆ ବୋଲି ଫରେଷ୍ଟର ଶ୍ରୀ ନାଏକ ପ୍ରକାଶ କରିଛନ୍ତି। ଏହି ଘଟଣାରୁ ଆମପାଣି ଘାଟି ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ବାଘ ରହିଥିବା ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ରାତିରେ ମଧ୍ୟ ଆମପାଣି ଘାଟି ରାସ୍ତାର ଟିର୍ଲିଆମ ବୁଲାଣି ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବା ସିଉନୀ ଗାଁର ଯୁବକମାନେ ଦେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/amapani-ps-t.jpg)