ରାୟଗଡ଼ା: ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସିଛନ୍ତି ଦୁଇ ପର୍ଯ୍ୟଟକ। ନଦୀ ଭିତରେ ଥିବା ପଥର ଉପରକୁ ସେଲଫି ଉଠାଇବାକୁ ପର୍ଯ୍ୟଟକମାନେ ଯାଇଥିବା ବେଳେ ହଠାତ ପାଣି ମାଡ଼ି ଆସିଥିଲା। କିଛି ପର୍ଯ୍ୟଟକ ନଦୀ ଭିତରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ। କିନ୍ତୁ ପାଣିର ସ୍ରୋତ ତୀବ୍ର ଥିବାରୁ ଭୟରେ ଦୁଇ ପର୍ଯ୍ୟଟକ ନଦୀ ଟାପୁରେ ଫସି ଯାଇଥିଲେ। ଦୁଇ ପର୍ଯ୍ୟଟକଙ୍କ ନାମ ଜଣା ପଡି ନଥିଲେ ମଧ୍ୟ ସେମାନଙ୍କ ଘର କାଶୀପୁର ଅଞ୍ଚଳରେ ବୋଲି ପୁଲିସ କହିଛି। ସେମାନେ ହେଲେ ସୁନାମୀ ନାୟକ ଓ ସୁଧୀର ନାୟକ। ତେବେ ଅଗ୍ନିଶମ ବାହିନୀର ଲଗାତାର ଉଦ୍ୟମ ବଳରେ ୨ ପର୍ଯ୍ୟଟକ ଉଦ୍ଧାର ହୋଇପାରିଛନ୍ତି।
/sambad/media/post_attachments/wp-content/uploads/2022/07/8f041571-f035-4074-8390-618774c227e7.jpg)
ତେବେ ପାଣିର ବେଗ ଅଧିକ ଥିବାରୁ ପଥୁରିଆ ନଦୀ ଭିତରକୁ ଯିବାକୁ ସାହାସ ଜୁଟାଇ ପାରି ନଥିଲା ଅଗ୍ନିଶମ ବିଭାଗ। ନଦୀ ଭିତରେ ଫସିଥିବା ପର୍ଯ୍ୟଟକଙ୍କୁ ଲାଇଭ ଜାକେଟ ପ୍ରଦାନ କରାଯାଇଥିଲା। ଏଥି ସହିତ ଏକ ଲମ୍ବା ରଶିକୁ ନଦୀକୂଳରୁ ଭିତରକୁ ଫିଙ୍ଗା ଯାଇଥିଲା, ଯାହାକୁ ଧରି ଉଭୟ ପର୍ଯ୍ୟଟକ ନଦୀ ଭିତରେ ଭୟଭୀତ ଅବସ୍ଥାରେ ଥିଲେ। ଅପରାହ୍ନ ୩ ଟାରେ ଏହି ଘଟଣା ଘଟିଥିଲା। ପ୍ରାୟ ୨ ଘଣଟା ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇପାରିଥିଲା। ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ନାଗାବଳୀ ନଦୀକୂଳରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/7bb761de-f1aa-4a39-bb4c-cdab6dd186b7.jpg)