ଡୁଙ୍ଗରପାଲ୍ଲି ଓ ଖାଳିଆପାଲ୍ଲି ରେଳ ଷ୍ଟେସନର ଆଧୁନିକୀକରଣ : ୨୪ ତାରିଖରେ ଗଡ଼ିବନି ଦୁଇ ଟ୍ରେନ୍‌

ଭୁବନେଶ୍ବର : ଡୁଙ୍ଗରପାଲ୍ଲି ଓ ଖାଳିଆପାଲ୍ଲି ରେଳ ଷ୍ଟେସନର ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଅକ୍ଟୋବର ୨୪ରେ ଦୁଇଟି ପାସେଞ୍ଜର ଟ୍ରେନ୍‌ ବାତିଲ୍‌ କରାଯାଇଛି। ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର ଓ ସମ୍ବଲପୁର-ଜୁନାଗଡ଼ ରୋଡ-ସମ୍ବଲପୁର ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ବରୁ ବାତିଲ୍‌ ହୋଇଛି। ଏଥିସହ ବିଳାସପୁର-ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଛି। ଏହି ଟ୍ରେନ୍‌ ବିଳାସପୁରରୁ ସମ୍ବଲପୁର ମଧ୍ୟରେ ଚାଳଚଳ କରିବ। ସମ୍ବଲପୁରରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବାତିଲ୍‌ ହୋଇଛି। ସେହିପରି ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଭୁବନେଶ୍ବରରୁ ସମ୍ବଲପୁର ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ଉଭୟ ପାର୍ଶ୍ବରୁ ବାତିଲ୍‌ କରାଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର