ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ପ୍ରାଣ ହରାଇଲେ ୨ ଡ୍ରାଇଭର୍

କେନ୍ଦୁଝର: ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଚାନ୍ଦପଣି ନିକଟରେ ଏକ ଲୁହା ବୋଝେଇ ଟ୍ରକ ଓ କୋଇଲା ବୋଝେଇ ଟ୍ରକ ମୁହଁ।ମୁହିଁ ଧକ୍କା ହୋଇଥିଲେ । ଧକ୍କା ଏତେ ଜୋର ଥିଲା କି ଘଟଣାସ୍ଥଳରେ ଦୁଇ ଡ୍ରାଇଭର୍ ମୃତ୍ୟୁ ବରଣ କରିଛନ୍ତି । ଏହା ଗତକାଲି ବିଳମ୍ବିତ ରାତିରେ ଘଟିଛି।

ରାତିରେ ଖବର ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାମରେ ଲାଗିଥିଲେ । ସେମାନେ ପୁଲିସକୁ ଖବର ଦେଇଥିଲେ ବି ଘଟଗାଁ ଥାନା ବା ସଦର ଥାନା ପୁଲିସ୍ ନିଜ ନିଜର ସୀମାରେ ନାହିଁ ବୋଲି ମନେକରି ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ । ଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟିଥିଲା । ଏହି ଅଞ୍ଚଳରେ ଏହାକୁ ମିଶାଇ ଗତ ୪ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି।

ସମ୍ବନ୍ଧିତ ଖବର