ବୌଦ୍ଧ: ବୌଦ୍ଧ ଜିଲ୍ଲାର ଗୁଦୁଗୁଦା ଛକ ନିକଟରେରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଟ୍ରକ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଉଭୟ ଟ୍ରକର ହେଲପର୍ ବି ଆହତ ହୋଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଟ୍ରକ୍ ବରଗଡ଼ରୁ ବାଇଗଣ ନେଇ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା। ବୌଦ୍ଧ ଜିଲ୍ଲାରେ ଥିବା ୫୭ ନମ୍ୱର ଜାତୀୟ ରାଜପଥର ଗୁଦୁଗୁଦା ଛକ ନିକଟରେ ଆଜି ଭୋର ସମୟରେ ଏହି ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିସହ ଦୁଇ ଟ୍ରକ୍‌ ହେଲପର୍ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତ ହେଲ୍ପର ଦ୍ୱୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ମନମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

publive-image
ଏହି ଦୁଇ ଟ୍ରକ୍ ଚାଳକଙ୍କର ପରିଚୟ ମିଳିଛି। ସେମାନେ ହେଲେ ଉତ୍ତମ ସାହୁ ଓ କୁନା ମାଣିକ। ଉତ୍ତମଙ୍କ ଘର ବୌଦ୍ଧ ଜିଲ୍ଲା ଚାରିଛକରେ ହୋଇଥିବା ବେଳେ କୁନାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିରେ ବୋଲି ଜଣାଯାଇଛି। ତେବେ ଦୁଇ ହେଲପରଙ୍କର ପରିଚୟ ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ମିଳି ନଥିଲା।