ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଆହତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଘଟଗାଁ ବଜାର ନିକଟବର୍ତ୍ତୀ ବାଇପାସ୍ ରାସ୍ତାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବାର ପାଖାପାଖି ଅଧା ଘଣ୍ଟା ପର୍ଯ୍ୟନ୍ତ ଡ୍ରାଇଭର ଜଣଙ୍କ ଗାଡିରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରକୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଡ୍ରାଇଭରଙ୍କ ଗୋଡ ଦୁଇଟି ଭାଙ୍ଗି ଯାଇଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଘଟଗାଁ ପୁଲିସ୍ ପହଞ୍ଚି ଗାଡି ଦୁଇଟିକୁ ଜବଦ କରି ତଦନ୍ତ ଚଲାଇଛି।

ସମ୍ବନ୍ଧିତ ଖବର