ଚିପ୍ସ ବୋଝେଇ ଦୁଇ ଟ୍ରକ୍‌ ଜବତ, ୧.୨ ଲକ୍ଷ ଜରିମାନା ଆଦାୟ

ଚଣ୍ଡିଖୋଲ/ବଡ଼ଚଣା : ବେଆଇନ ଭାବେ ଚିପ୍ସ ବୋଝେଇ ହୋଇ ଯାଉଥିବା ଦୁଇଟି ଟ୍ରକ୍‌କୁ ଚଣ୍ଡିଖୋଲ ଛକ ନିକଟରୁ ଜବତ କରାଯାଇଛି। ଜବତ ଟ୍ରକ୍‌ରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନା ମୁତାବକ, ବେଆଇନ ଭାବେ ଚିପ୍ସ ବୋଝେଇ କରି ଯାଉଥିବା ଦୁଇଟି ଟ୍ରକ୍‌ ଓଡି-୦୪ଓ-୫୩୮୯ ଏବଂ ଓଡି-୦୫ଏଡବ୍ଲ୍ୟୁ-୧୦୦୭ ଚଣ୍ଡିଖୋଲ ଛକ ଦେଇ କେନ୍ଦ୍ରାପଡ଼ା ଯାଉଥିବା ବେଳେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ଓ ବଡ଼ ଘୁମୁରୀ ଆରଆଇ ମାଧବାନନ୍ଦ ଆଇଚ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଚାଳକ ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ଗାଡ଼ିକୁ ଜବତ କରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା।

ଦୁଇ ଚିପ୍ସ ବୋଝେଇ ହାଇୱାକୁ ୯୪ ହଜାର ଜରିମାନା
କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ଜାତୀୟ ରାଜପଥରେ ଚିପ୍ସ ପରିବହନ କରୁଥିବା ଦୁଇଟି ହାଇୱାଠାରୁ ୯୩ ହଜାର ୭୮୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ହାଇୱା (ଓଡି୦୪ଏମ୍ ୪୮୨୨) ଓ (ୟୁପି୬୫ ଡିଟି ୨୮୨୩)କୁ ଜେନାପୁର ପୁଲିସ ଅଟକାଇ ଆ‌ଞ୍ଚଳିକ ପରିବହନ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଓଭରଲୋଡ୍‌ ତଥା ଆବଶ୍ୟକ କାଗଜପତ୍ର ନଥିବାରୁ ମୋଟରଯାନ ନିରୀକ୍ଷକଙ୍କ ପକ୍ଷରୁ ଏହି ଦୁଇ ଗାଡ଼ିକୁ ଜରିମାନା କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର